ଡାକ୍ତର ଅଭାବ ପଦବୀ ପୂରଣ ଓ ବିଭିନ୍ନ ସମସ୍ୟା ନେଇ ଜିଲ୍ଲାପାଳ ଙ୍କୁ ଦାବୀ ପତ୍ର ପ୍ରଦାନ।

0 1

ବାସୁଦେବପୁର – ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ବାସୁଦେବପୁର ର ଡାକ୍ତର ଅଭାବ ଓ ରୋଗୀ ସେବା ବିପର୍ଯ୍ୟସ୍ତ ସମସ୍ୟା ସହ ଅନ୍ୟାନ୍ୟ ସମସ୍ୟା କୁ ନେଇ ଯୁବ କଂଗ୍ରେସ ବାସୁଦେବପୁର ର କର୍ମୀ ମାନେ ଜିଲ୍ଲାପାଳ ଙ୍କୁ ଭେଟି ସମସ୍ୟା ସମ୍ପର୍କ ରେ ଅବଗତ କରିଛନ୍ତି। ବାରମ୍ବାର ଡାକ୍ତର ପଦବୀ ପୂରଣ ପାଇଁ ଦାବି ହୋଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉ ନାହାନ୍ତି। ଯାହା ଫଳରେ ବାସୁଦେବପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର କୁ ନିର୍ଭର କରୁଥିବା ବାସୁଦେବପୁର, ଧାମରା, ଠୁ ଆରମ୍ଭ କରି ବିଭିନ୍ନ ସ୍ଥାନ ରୁ ଆସୁଥିବା ରୋଗୀ ମାନେ ନାନା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି। ସେହିପରି ରକ୍ତ ଭଣ୍ଡାର ଓ ଶବ ବ୍ୟବଚ୍ଛେଦ କେନ୍ଦ୍ର କାର୍ଯ୍ୟକ୍ଷମ ନ ହେବା ବିଷୟ ରେ ମଧ୍ୟ ଜିଲ୍ଲାପାଳ ଙ୍କୁ ଲିଖିତ ଆକାର ରେ ପ୍ରଦାନ କରିଥିଲେ ଯୁବ କଂଗ୍ରେସ କର୍ମୀ ମାନେ। ଯଦି ଆସନ୍ତା ୨୨/୦୬/୨୫ ରିଖ ମଧ୍ୟ ରେ ସମାଧାନ କରା ନ ଯାଏ ତେବେ ଯୁବ କଂଗ୍ରେସ କର୍ମୀ ମାନେ ଧାରଣା ରେ ବସିବେ ବୋଲି ଦାବି ପତ୍ର ରେ ଉଲ୍ଲେଖ କରିଛନ୍ତି। ଏହି ଦାବିପତ୍ର କୁ ଯୁବ କଂଗ୍ରେସ ର ନଗର ସଭାପତି ସୁଶାନ୍ତ ମହାକୁଡ, ଅକ୍ଷୟ ବାରିକ୍, ବାପି ମହାନ୍ତି, ସତ୍ୟଜିତ ମହାକୁଡ, ସୁଦର୍ଶନ ମହାକୁଡ ପ୍ରମୁଖ ଉପସ୍ଥିତ ରହି ପ୍ରଦାନ କରିଥିଲେ।

Leave A Reply

Your email address will not be published.