ନବରଙ୍ଗପୁର,୩୧/୦୫/୨୦୨୫,ଅଶୋକ ସାହୁ, ଶାସକ ପ୍ରଶାସକ: ୧୯୮୫ ମସିହାରୁ କାର୍ଯ୍ୟକାରୀ ହେଉଥିବା ଓଡ଼ିଶା ସରକାରଙ୍କ ବିକଳାଙ୍ଗ ଭତ୍ତା ଯୋଜନାକୁ ସମିଶ୍ରଣ କରି ଜାନୁଆରୀ ୨୦୦୮ ମସିହାରୁ ଏହି ଯୋଜନା ଓଡ଼ିଶା ରାଜ୍ୟର କୋଣ ଅନୁକୋଣକୁ କାର୍ଯ୍ୟକାରୀ ହେଇ ଆସୁଛି।ଏହି ପରି ବିକଳାଙ୍ଗ ଭତ୍ତାରୁ ବଞ୍ଚିତ ହେବାର ଗୋଟିଏ ଦୁଃଖପୁର୍ଣ ଘଟଣା ଦେଖିବାକୁ ମିଳିଛି ଉମରକୋଟ ବ୍ଲକର ବେହେଡା ପଞ୍ଚାୟତ ଅନ୍ତର୍ଗତ କୁମିବନ୍ଦ(କୁମିବେଡା) ଗ୍ରାମରେ। ସବିଶେଷ ସୂଚନା ପ୍ରକାରେ, କୁମିବନ୍ଦ ବା କୁମିବେଡା ଗ୍ରାମର ଝେଟକୁ ଭତ୍ରାର ପୁଅ ଘନ ଭତ୍ରା ୧0 ବର୍ଷ ସେ ଜନ୍ମରୁ ବିକଳାଙ୍ଗ। ପିତା ଝେଟକୁ ଭତ୍ରା ପୁଅର ସବୁ ପ୍ରକାର ଚିକିତ୍ସା କରାଇବା ପରେ ନିରୁପାୟ ହୋଇ ଅସହାୟ ଅବସ୍ଥାରେ ଅଛି। ପୁଅର ବିକଳାଙ୍ଗ ପ୍ରମାଣ ପତ୍ର ଥାଇ ମଧ୍ୟ ପୁଅ ଘନ,ବିକଳାଙ୍ଗ ଭତ୍ତାରୁ ବଞ୍ଚିତ କାହିଁକି ବୋଲି ଗ୍ରାମ୍ୟର ବୁଦ୍ଧିଜୀବୀ ମାନେ ସ୍ୱର ଉତ୍ଥାଳନ କରି ଆମ ପ୍ରତିନିଧି ଆଗରେ, ଘନର ବିକଳାଙ୍ଗ ଭତ୍ତା ଓ ଟ୍ରାଇ ସାଇକେଲଟି ଯେପରି ପାଇଁ ପାରିବେ ସେଥିପାଇଁ ଜ଼ିଲ୍ଲା ପ୍ରଶାସନ ଓ ଉମରକୋଟ ବ୍ଲକ ପ୍ରଶାସନକୁ ନିବେଦନ କରିଛନ୍ତି।ଘନ ବର୍ତମାନ ପଞ୍ଚମ ଶ୍ରେଣୀରେ ପାଠ ପଡୁଛି କିନ୍ତୁ ସ୍କୁଲ ଦୂର ଥିବାରୁ ପିତା ସ୍କୁଲକୁ, ନିଜର ଦୈନନ୍ଦିନ କାମ ସବୁ ଛାଡି ଘନକୁ ନେବା ଆଣିବା କରୁଛି। ଘନର ପିତା ଜଣେ ଦିନ ମଜୁରିୟା ଗରିବ ଶ୍ରେଣୀର ଖଟିଖିଆ ମଧ୍ୟବିତ୍ତ ପରିବାର। ପୁଅର ପାଠ ପଡ଼ାର ଇଚ୍ଛାଶକ୍ତି ଆଗରେ ପିତା ଝେଟକୁ ଭତ୍ରା ହାର ମାନି, ସବୁ ଦିନ ସ୍କୁଲକୁ ନେବା ଆଣିବା କରୁଛି। ପିତାଙ୍କ କହିବା କଥା ପୁଅ ପାଇଁ ଓଡ଼ିଶା ସରକାର, ନବରଙ୍ଗପୁର ଜ଼ିଲ୍ଲା ପ୍ରଶାସନ,ଉମରକୋଟ ବ୍ଲକ ପ୍ରଶାସନ ଭତ୍ତା ଦେବା ସହିତ ଗୋଟିଏ ଟ୍ରାଇ ସାଇକେଲ ଦୟାକରି ଅନୁମଦୋନ କଲେ ପୁଅର ସ୍କୁଲ ଯିବା ଆସିବା ପାଇଁ ତାଙ୍କର ଦୁଃଖ କିଛି ଲାଭ ହୋଇ ଥାନ୍ତା।
Sign in
Sign in
Recover your password.
A password will be e-mailed to you.