ଏମିତି ବି ସତରେ ମୃତ୍ୟୁ ଆସେ……!!!

0

ମା’ ପିଣ୍ଡ କୁ ଆସୁଥିବା ଝିଅର ବୋଲେରୋ ଧକ୍କାରେ ମୃତ୍ୟୁ

ତିର୍ତ୍ତୋଲ/Ramesh Mohanty  :ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ କଟକ-ପାରାଦ୍ବୀପ ରାସ୍ତାର ଶାରଳାରୋଡ ପେଟ୍ରୋଲ ପମ୍ପ ନିକଟରେ କଟକ ପଟୁ ବାଇକ୍ ରେ ଆସୁଥିବା ଏକ ଦମ୍ପତ୍ତି ଙ୍କ ସହ ଏକ ବୋଲେରୋ ସାମ୍ନା ସାମ୍ନି ଧକ୍କା ହେବାରୁ ବାଇକ ଆରୋହୀ ମହିଳାଙ୍କ ମୃତ୍ୟୁ ଘଟିଛି।ସୂଚନାନୁଯାୟୀ ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ଶଙ୍ଖେଶ୍ୱର ଗ୍ରାମର ଶ୍ମୃତିରେଖା ମହାନ୍ତି ଗତକାଲି ତାଙ୍କ ମୃତ ମା’ଙ୍କର ପିଣ୍ଡ ରେ ଯୋଗ ଦେବାକୁ କଟକରେ ଚାକିରି କରିଥିବା ସ୍ୱାମୀ ଟୁଲୁ ମହାନ୍ତିଙ୍କ ସହିତ ଏକ ବାଇକ୍ ରେ ବାପଘର ଶଙ୍ଖେଶ୍ୱରକୁ ଆସୁଥିବା ବେଳେ କଟକ-ପାରାଦ୍ବୀପ ରାସ୍ତାର ଶାରଳାରୋଡ ପେଟ୍ରୋଲ ପମ୍ପ ନିକଟରେ ଏକ ବୋଲେରୋ ସହିତ ତାଙ୍କ ବାଇକ୍ ର ଧକ୍କା ହୋଇଥିଲା । ଶ୍ମୃତିରେଖା ବାଇକ୍ ରୁ ଦୂରକୁ ଢଳେଇ ରାସ୍ତା ଉପରେ ଛିଟିକି ପଡିଥିଲେ ଫଳରେ ତାଙ୍କ କାନମୁନ୍ଡାରେ ଗୁରୁତର ଆଘାତ ଲାଗିବା ଯୋଗୁଁ ତାଙ୍କର ମୃତ୍ୟୁ ହେଇଥିଲା।ଏପଟେ ମା’ପିଣ୍ଡ ରେ ଯୋଗଦେବାକୁ ଆସୁଥିବା  ଝିଅ ଜ୍ୱାଇଁ କେତେ ବେଳେ ଘରେ ପହଞ୍ଚିବେ ତାଙ୍କ ବାଟ ଚାହିଁ ଘରେ ବସିଛନ୍ତି ବାପା।ଏନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

 

Leave A Reply

Your email address will not be published.