ମାଆ ଭଉଣୀଙ୍କୁ ସମ୍ମାନ ସରକାରର ଏକ ଫମ୍ପା ସ୍ଲୋଗାନ – ନରସିଂହ

0

ବଲାଙ୍ଗିର (ନିରୋଜ ମିଶ୍ର) ରାଜ୍ୟ ସରକାରର କଥା ଅଲଗା କାମ ଅଲଗା । ରାଜ୍ୟରେ ପ୍ରତ୍ୟେକ ଦିନ ଧିରେ ଧିରେ ନାରୀ ନିର୍ଯ୍ୟାତନା ବଢିବାରେ ଲାଗିଛି । ନିର୍ଯ୍ୟାତନା ତୁଳନାରେ ନିର୍ଯ୍ୟାତିତାଙ୍କୁ ନ୍ୟାୟ ମିଳିବାର ଅନୁପାତ ଅତି ନଗନ୍ୟ । ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଥିବା ଗୃହ ବିଭାଗ ଏହି କ୍ଷେତ୍ରରେ ଅପାରଗ ସାବ୍ୟସ୍ତ ହେଉଛି । ଖୋଦ୍ ସରକାରର ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ପିପିଲି ଗଣଦୁଷ୍କର୍ମ ଓ ହତ୍ୟାରେ ସାମିଲ । ଅପରାଧ ଓ ଅପରାଧିଙ୍କୁ ସରକାର ଏବଂ ତାଙ୍କ ମନ୍ତ୍ରୀ ସୁରକ୍ଷା ଦେଇଛନ୍ତି । ତେଣୁ ଏହି ସରକାରର ମାଆକୁ ସମ୍ମାନ ଶ୍ଲୋଗାନ ଫମ୍ପାରେ ପରିଣତ ହୋଇଯାଇଛି ବୋଲି ବଲାଙ୍ଗିର ସହର ସ୍ଥିତ ୧୮ ନଂ. ୱାର୍ଡର  କଂଗ୍ରେସ ମହିଳା ସମ୍ମିଳନୀରେ ବଲାଙ୍ଗିର ବିଧାୟକ ତଥା ରାଜ୍ୟ ବିଧାନସଭା ବିରୋଧିଦଳ ନେତା ଉପସ୍ଥିତ ମହିଳାମାନଙ୍କୁ ଉଦ୍ବୋଧନ ଦେବା ସମୟରେ କହିଛନ୍ତି । ଆହୁରି ମଧ୍ୟ ସେ କହିଛନ୍ତି ସମାଜରେ ନାରୀ ସଦାବେଳେ ଅଭୟଦାତ୍ରି ତଥା ରକ୍ଷକ ହିସାବରେ ଗଣନା କରାଯାଏ । ପୌରାଣିକ ତଥ୍ୟ ମଧ୍ୟ କହେ ଧରିତ୍ରୀ ଯେତେବେଳେ ଖଳ ପ୍ରକୃତି ତଥା ଅସୁରିକ ପ୍ରବୃତ୍ତି ବଢି·ଲେ ସେତେବେଳେ ନାରୀ ଶକ୍ତି ଦେବୀ ରୂପେ ଉଭା ହୋଇ ତାର ନାଶ କରିଥାଏ  । ତେଣୁ ଆପଣମାନେ ଏକତ୍ରିିତ ରହିଲେ ସମାଜରେ ଥିବା ସମସ୍ତଙ୍କର ନାକାରତ୍ମକ ଶକ୍ତି ଦୂର ହୋଇପାରିବ । ନାରୀ ହିଁ ପରିବାର, ସମାଜ ଗଠନର ମୂଳ ଆଧାର । ତେଣୁ କୌଣସି ପ୍ରକାର କୁପ୍ରରୋଚନା ବସବର୍ତ୍ତି ନ ହୋଇ ମହିଳାମାନେ ସଙ୍ଗବଦ୍ଧ ଭାବେ ସତ୍ୟ, ନ୍ୟାୟ, ନିଷ୍ଠା  ସହ ବଲାଙ୍ଗିରର ବିକାଶରେ ନିଜର ଭାଗିଦାରି ରଖନ୍ତୁ ବୋଲି ଶ୍ରୀ ମିଶ୍ର କହିଲେ । ଯୁବନେତା ଅଜୟ ବାଲିଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ମହିଳା ସମାବେଶ ରେ କଂଗ୍ରେସ ନେତ୍ରୀ ମିଳନୀ ସାହୁ ସଭାପତିତ୍ୱ କରିଥିଲେ ।  ଏହି ସଭାରେ ଏଆଇସିସି ସଭ୍ୟ ସମରେନ୍ଦ୍ର ମିଶ୍ର, କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଅସୀମ ପଟ୍ଟନାୟକ, ନଗର ସଭାପତି ବୁଲୁ ଦାନି, ରେଣୁକା ମିଶ୍ର, ନମିତା ମିଶ୍ର, ମୀରା ବେହେରା, ସୈଳସା ବେହେରା, ପ୍ରତିଭା ପୁରୋହିତ, ପ୍ରଭାତି ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ଏବଂ କାର୍ଯ୍ୟକ୍ରମଟିକୁ ରଂଜିତା ମିଶ୍ର, ମିନତି ନାଗ, ଯଶୋଦା ଉଦୁରକୁଲିଆ, ସୀତାରାଣୀ ସାହୁ, ନନ ପୁଟେଲ, ଟିଟୁ ରଣା, ସୁକାନ୍ତ ତରେଇ, ସଂଜୟ ମିଶ୍ର, ନିଶିକାନ୍ତ କୁମ୍ଭାର, ଅନ୍ତ ବେହେରା, ସନ୍ତୋଷ ବଛା ପ୍ରମୁଖ ସଫଳ କରିବାରେ ସକ୍ରିୟ ସହଯୋଗ କରିଥିଲେ ।

 

Leave A Reply

Your email address will not be published.