୨୧ତମ ବଡ଼ବିଲ ମହୋତ୍ସବ ଉଦଘାଟିତ

0

ବଡ଼ବିଲ (ଚିତ୍ତ ରଞ୍ଜନ କର) : ୨୧ତମ ବଡ଼ବିଲ ମହୋତ୍ସବ  ମହାସମାରୋହରେ ଉଦଘାଟିତ ହୋଇଛି। ତିନି ଦିନ ଧରି ହେବାକୁ ଥିବା ଏହି ମହୋତ୍ସବର ଉଦଘାଟନୀ ଇତ୍ସବରେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା, ନିର୍ବାହୀ ଅଧିକାରୀ ମନୋରଞ୍ଜନ ଦେଓ, ବନାଞ୍ଚଳ ଅଧିକାରୀ ପଦ୍ମନାଭ ରାଉତ,   ମହୋତ୍ସବ କମିଟିର ସମ୍ପାଦକ ବିଜୟ ମହାନ୍ତ ପ୍ରମୁଖ ଯୋଗଦେଇ ନିଜ ଅଭିଭାଷଣ ରଖିଥିଲେ।  ପ୍ରଥମ ସନ୍ଧ୍ୟାରେ ସ୍ଥାନୀୟ  ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ ତରଫରୁ ନୃତ୍ୟ  ପରିବେଷଣ କରାଯାଇଥିଲା। ଏହି ମହୋତ୍ସବରେ ପ୍ରଦର୍ଶନୀ ଷ୍ଟଲ ଗୁଡିକରେ ଲୋକଙ୍କ ଭିଡ଼ ଜମୁଛି। ବିଶେଷ କରି ବିଭିନ୍ନ କମ୍ପାନୀମାନଙ୍କ ଦ୍ୱାରା ହୋଇଥିବା ଫ୍ଲାୱାର ସୋ ଓ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା ହସ୍ତତନ୍ତ ସାମଗ୍ରୀର ଷ୍ଟଲ ସବୁରେ ଭିଡ଼ ପରିଲକ୍ଷିତ ହୋଇଛି।  ବଡ଼ବିଲ ଅଞ୍ଚଳର ଅଗ୍ରଣୀ ଓଡ଼ିଆ  ସାଂସ୍କୃତିକ ଅନୁଷ୍ଠାନ ନିଳାଦ୍ରୀର ଖାଇବା ହାଟ ପ୍ରଦର୍ଶନୀ ପଡ଼ିଆର ମୁଖ୍ୟ ଆକର୍ଷଣ ହୋଇଛି |

Leave A Reply

Your email address will not be published.