ତାଲପାଲି ଉଚ୍ଚ ବିଦ୍ୟାଳୟର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ 

0

ଗାଇସିଲେଟ/କେଦାର ନାଥ ସାହୁ:ଗାଇସିଲେଟ ବ୍ଲକ ଅନ୍ତର୍ଗତ ତାଲପାଲି ଉଚ୍ଚ ବିଦ୍ୟାଳୟ, ତାଲପାଲିର ବାର୍ଷିକ କ୍ରୀଡା ସମାରୋହ ଉଦଯାପିତ ହୋଇଯାଇଛି।ପ୍ରାତଃ ପର୍ଯ୍ୟାୟ ଖେଳକୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦେବତା ଦ୍ବୀପ ପ୍ରଜ୍ଜଳନ ପୂର୍ବକ ଉଦଘାଟନ କରିଥିଲେ ।ଉଦଯାପନୀ  କାର୍ଯ୍ୟକ୍ରମରେ ଗାଇସିଲାଟ ବ୍ଲକର ବରିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ଚୈତନ୍ଯ ସାହୁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ କାର୍ଯ୍ୟକ୍ରମର ସମାରୋପ ଘୋଷଣା ପୂର୍ବକ କ୍ରୀଡା ପତାକାକୁ ଅବତରଣ ସହ ଜ୍ୟୋତି ବିସର୍ଜନ କରି ଶରୀର ପାଇଁ ଖେଳ ନିହାତି ଜରୁରୀ ଓ ଶିଶୁ  ମାନଙ୍କୁ ପ୍ରତିଯୋଗିତାରେ ଭାଗନେବାପାଇଁ ଉତ୍ସାହିତ କଲେ ଆଗାମୀ ଦିନରେ  ଉନ୍ନତି କରିପାରିବେ ବୋଲି ବକ୍ତବ୍ଯ ପ୍ରଦାନ କରିବାସହ ଖେଳ ଉପକରଣ ପାଇଁ ସହଯୋଗ ରାଶି ପ୍ରଦାନ କରିଥିଲେ ଏବଂ ଆଗାମୀ ଦିନ ମାନଙ୍କରେ ମଧ୍ୟ ସହଯୋଗ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।ପ୍ରଧାନ ଶିକ୍ଷକ  ଶ୍ରୀଯୁକ୍ତ କୃଷ୍ଣଚନ୍ଦ୍ର ଦେବତା  ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ ।ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ସାହୁ  ସଭା ସଂଯୋଜନା କରିଥିଲେ ।ପୁରସ୍କାର ବିତରଣ ଉତ୍ସବ ପରେପରେ ଛାତ୍ରଛାତ୍ରୀ ମାନେ  ସାସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ସିନିୟର ବର୍ଗରେ ଉମେଶ ପ୍ରକାଶ ସାହୁ, ଦୀପାଞ୍ଜଳୀ ସାହୁ ଓ ଜୁନିୟର ବର୍ଗରେ ସୁନିଲ ସାହୁ ଓ ଅଞ୍ଜଳି ସାହୁ,  ସବଜୁନିୟର ବର୍ଗରେ ଅମିତ କର୍ନାଲ ଓ ରେବତୀ ସାହୁଙ୍କ ନାମ ଘୋଷଣା କରାଯାଇଥିଲା।ଶେଷରେ ସୁରେଶ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ବିଦ୍ୟାଳୟର ଖେଳ ଶିକ୍ଷକ ଗୁଣନିଧି ପାଣିଗ୍ରାହୀ ଏବଂ ସୁମନ୍ତ ପଧାନଙ୍କ ପରିଚାଳନାରେ ଉକ୍ତ ଏକଦିବସିୟ  କ୍ରୀଡା ସମାରୋହକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।

 

Leave A Reply

Your email address will not be published.