ମାଟି ତଳେ ପୋତି ଦିଆଯାଇଥିବା ମୃତ ହାତୀ ସାବକର ବ୍ୟବଚ୍ଛେଦ କରାଗଲା

0

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲା ବାରିପଦା ବନଖଣ୍ଡ ଅନ୍ତର୍ଗତ ଶାରୀଶୁଆ ଫରେଷ୍ଟ ବିଟ ଅଧୀନରେ ଥିବା ଜାମଚୁଆ ଜଙ୍ଗଲରେ  ଗତ ରବିବାର ଏକ ହାତୀ ସାବକର ମୃତ୍ୟୁ  ହୋଇଥିବାର ବନ ବିଭାଗର ଶାରୀଚୁଆ ଫରେଷ୍ଟର ଦେଖିବାକୁ ପାଇଥିଲେ ଏବଂ ଉକ୍ତ ହାତୀ ସାବକକୁ ସ୍ଥାନୀୟ ଜନସାଧାରଣଙ୍କ ସହାୟତାରେ ଜଙ୍ଗଲ ମଧ୍ୟରେ ମାଟି ତଳେ ପୋତି ଦେଇଥିଲେ । କିନ୍ତୁ  ବାରିପଦା ବନଖଣ୍ଡ ଅଧିକାରୀ ସ୍ୱୟମ୍ ମଲ୍ଲିକ , ଏସିଏଫ ଶରତ ମିଶ୍ର, କପ୍ତିପଦା ବନାଞ୍ଚଳ ଅଧିକାରୀ ମହେଶ୍ୱର ସିଂ, ବନପାଳ ଶୋଭାକର ସିଂହ, କପ୍ତିପଦା ପ୍ରାଣୀ ଚିକିତ୍ସା ଅଧିକାରୀବିଶ୍ୱଜିତ୍ ପଡଣ୍ଡା ପ୍ରମୁଖ ଘଟଣାସ୍ଥଳରେ ପହଁଞ୍ଚି ପୋତା ଯାଇଥିବା ହାତୀ ଛୁଆକୁ ମାଟି ତଳୁ ଉଦ୍ଧାର କରି ବ୍ୟବଚ୍ଛେଦ କରାଇଥିବାର ଜଣାପଡ଼ିଛି । ହାତୀ ଶାବକଟିର ବୟସ ପାୟ ୫ ମାସ ମଧ୍ୟରେ ଏବଂ ଉକ୍ତ ଅଞ୍ଚଳରେ ହାତୀ ପଲ ରହିଥିବାରୁ ଅଣ୍ଡିରା ହାତୀ ଆକ୍ରମଣରେ ଉକ୍ତ ଶାବକର ମୃତ୍ୟୁ ହୋଇଥାଇ ପାରେ ବୋଲି ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଭାନୁମିତ୍ର ଆଚାର୍ଯ୍ୟ ମତପ୍ରକାଶ କରିଛନ୍ତି ।  

 

 

 

 

 

 

 

 

 

 

 

 

 

 

 

 

Leave A Reply

Your email address will not be published.