ଯାତ୍ରା ସମୟରେ ଘନ ଘନ ବିଦ୍ୟୁତ୍ କାଟ,ବେଲଗୁଣ୍ଠା ବାସୀଙ୍କ ଅସନ୍ତୋଷ

5

ବେଲଗୁଣ୍ଠା -(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ସହରରେ ଚାଲିଛି ମାଁ ବ୍ରାହ୍ମଣ ଦେବୀଙ୍କ ଐତିହାସିକ ଯାତ୍ରା। ଯାତ୍ରାକୁ ସରସ, ସୁନ୍ଦର କରିବା ପାଇଁଁ ଯାତ୍ରା କମିଟି ଓ ବିଭିନ୍ନ ସାହି ତରଫରୁ ପ୍ରସ୍ତୁତି ଆରଂଭ ହୋଇଗଲାଣି ।ଏହାରି ମଧ୍ୟରେ ମାଁ ବ୍ରାହ୍ମଣ ଦେବୀଙ୍କ ସିଂହ ବାହିନୀ ବେଶରେ ନଗର ପରିକ୍ରମା ମଧ୍ୟ ଆରମ୍ଭ ହୋଇ ଯାଇଛି । କିନ୍ତୁ ଏହି ସମୟରେ ଘନ ଘନ ବିଦ୍ୟୁତ୍ କାଟକୁ ନେଇ ସହରବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।ଗତ ମଙ୍ଗଳବାର ଦିନ କୋଳି ସାହି ତରଫରୁ ପ୍ରଥମ ନଗର ପରିକ୍ରମା ଥିବା ସମୟରେ ପ୍ରାୟ ଅପରାହ୍ନ ଠାରୁ ମଧ୍ୟ ରାତ୍ର ପର୍ଯ୍ୟନ୍ତ ବିଦ୍ୟୁତ ବିଭ୍ରାଟ ଯୋଗୁଁ ସହର ଅନ୍ଧକାରରେ ଥିଲା । କୌଣସି ସ୍ଥାନରେ ବ୍ରେକ୍ ଡାଉନ୍ ହୋଇଥିଲା ବଲି ବିଭାଗୀୟ ସୁତ୍ରରୁ ଖବର ମିଳିଥିବା ବେଳେ ଏହି ମାସ ତମାମ ବେଲଗୁଣ୍ଠା ସହର ଚଳପ୍ରଚଳ ରହିବ ଏବଂ ମାଁ ଙ୍କ ନଗର ପରିକ୍ରମା ଦିନ ଗୁଡ଼ିକରେ ହଜାର ହଜାର ଲୋକଙ୍କ ଗହଳି ଜମିବ ।ଏହି ପରିପ୍ରେକ୍ଷୀରେ ଯାତ୍ରାକୁ ବିନା ପ୍ରତିବନ୍ଧକରେ କରିବା ପାଇଁଁ ବିଦ୍ୟୁତ୍ କାଟ ନ କରି ସହଯୋଗ କରିବା ପାଇଁଁ ସହରବାସୀ ବିଦ୍ୟୁତ୍ ବିଭାଗକୁ ଅନୁରୋଧ କରିଛନ୍ତିି ।

Leave A Reply

Your email address will not be published.