ବିଜେପୁର :-ବିଜେପୁର ବ୍ଲକ ଟି.ଗଣ୍ଡପାଲି ଠାରେ ଚାଲିଥିବା ଶିବମନ୍ଦିର ପ୍ରତିଷ୍ଠା ଅବସରରେ ବୀର ବଜରଙ୍ଗବଳୀ ସେବା ଟ୍ରଷ୍ଟ, ଟି.ଗଣୁପାଲି ଗ୍ରାମବାସୀ ଓ ‘ସମ୍ବାଦ-ଆମ ଓଡ଼ିଶା’ ମିଳିତ ଆନୁକୂଲ୍ୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ସାମାଜିକ କର୍ମୀ ରୋହିତ ସାହୁ, ଅଚ୍ୟୁତା ଦାଶ, ଭବାନୀ ସାହୁ,ବିଜେପୁର ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ର ଡା. ସୁଶାନ୍ତ ମେହେର, ଡା. ସୁଦାମ ସାହୁ, ହୃଷୀକେଶ ସେଠ, କିଶୋର ସାହୁ, ସୁଦାମ ସାହୁ, ରସିକ ସାହୁ, ଲୋକନାଥ ସାହୁ, ଟେକଚାନ୍ଦ ସାହୁ, ଏକାମ୍ର ସାହୁ, ବିକ୍ରମ ସେଠ, ମକରଧ୍ବଜ ସାହୁ, ଚିନ୍ମୟ ସାହୁ, ପ୍ରମୁଖ ଯୋଗଦେଇ ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ l
ଏଥିରେ ୪ ଜଣ ମହିଳାଙ୍କ ସମେତ ମୋଟ ୪୩ ଜଣ ସ୍ବେଚ୍ଛାରେ ରକ୍ତଦାତା ରକ୍ତଦାନ କରିଥିଲେ l ରକ୍ତଭଣ୍ଡାର କର୍ମଚାରୀ ଅମରଜିତ ମହାନ୍ତି, ଭୁବନେଶ୍ଵର ସାହୁ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ l ଶିବିର ପରିଚାଳନାରେ ‘ସମ୍ବାଦ-ଆମ ଓଡ଼ିଶା’ ବୀର ବଜରଙ୍ଗବଳୀ ସେବା ଟ୍ରଷ୍ଟର ସଦସ୍ୟ, ମନ୍ଦିର ପ୍ରତିଷ୍ଠା କମିଟି, ଗ୍ରାମବାସୀ ସହଯୋଗ କରିଥିଲେ l
Sign in
Sign in
Recover your password.
A password will be e-mailed to you.
Prev Post