ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗୀ ନିକଟସ୍ଥ ମକରାପଲ୍ଲୀ ଗ୍ରାମରେ ବେଆଇନ୍ ଦେଶୀ ମଦ ବିକ୍ରି କରୁ୍ଥିବା ଅଭିଯୋଗରେ ଗାଙ୍ଗପୁର ପୋଲିସ୍ ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି I ସୂଚନା ପ୍ରକାରେ ଗାଙ୍ଗପୁର ଥାନା ଏସ୍ଆଇ ଅଜୟ କୁମାର ମଲ୍ଲିକ ଏବଂ ପୋଲିସ୍ ଟିମ୍ ପେଟ୍ରୋଲିଂ କରୁ୍ଥିବା ସମୟରେ ମକରାପଲ୍ଲୀ ଗାଁ ନିକଟସ୍ଥ ଏକ କାଜୁ କ୍ଷେତରେ ଦେଶୀ ମଦ ବିକ୍ରି ହେଉଥିବା ନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ଚଢ଼ାଉ କରି ସେଠାରୁ ତ୍ରିନାଥ ନାଇକ(61) ନାମକ ଜଣେ ବ୍ୟକ୍ତିକୁ ଗିରଫ କରିବା ସହିତ ଘଟଣା ସ୍ଥଳରୁ ଅଶୀ ଲିଟର୍ ଦେଶୀ ମଦ ଏବଂ ଚାରୋଟି ପ୍ଲାଷ୍ଟିକ୍ ଡ୍ରମ୍ ଜବତ କରିଥିଲେ I ତଦନ୍ତକାରୀ ଅଧିକାରୀ ଏଏସ୍ଆଇ ବି.ୱାଇ ନାଇଡୁ ଘଟଣାର ତଦନ୍ତ କରି ଗାଙ୍ଗପୁର ଥାନାରେ 300/25 ରେ ଏକ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ତ୍ରିନାଥକୁ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ଏକ ପ୍ରେସ୍ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.
Next Post