ଶ୍ରୀରଘୁନାଥ ଜିଉଙ୍କୁ ଦର୍ଶନ କଲେ ନୟାଗଡ଼ ଉପଜିଲ୍ଲାପାଳ

9

ଓଡ଼ଗାଁ, ୨୨।୧୦ (ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲାର ନୂତନ ଉପଜିଲ୍ଲାପାଳ ଭାବେ କିଶୋର ଚନ୍ଦ୍ର ପଣ୍ଡା ଦାୟିତ୍ୱ ଗ୍ରହଣ କରିବା ପରେ ଗୁରୁବାର ଓଡ଼ଗାଁସ୍ଥିତ ପ୍ରସିଦ୍ଧ ଶ୍ରୀରଘୁନାଥ ଜିଉଙ୍କ ଦର୍ଶନ କରିଛନ୍ତି। ମନ୍ଦିରରେ ପହଞ୍ଚିବା ପରେ ସେ ଶ୍ରୀଜିଉଙ୍କୁ ଦର୍ଶନ କରିବା ସହ ପାଳିଆ ପଣ୍ଡାଙ୍କ ଦ୍ୱାରା ପୂଜାର୍ଚ୍ଚନା କରିଥିଲେ। ପୂଜକ ପରିଷଦର ସଭାପତି ପ୍ରଫୁଲ୍ଲ ମହାପାତ୍ର ଉପଜିଲ୍ଲାପାଳଙ୍କୁ ମନ୍ଦିର ପରିସର ବୁଲାଇ ଦର୍ଶନ କରାଇଥିଲେ। ଏହି ଅବସରରେ ସୁପରଭାଇଜର ଜିତେନ୍ଦ୍ର ମିଶ୍ର ଓ ଆଲୋକ ସାହୁ ଉପସ୍ଥିତ ଥିଲେ। ଉପଜିଲ୍ଲାପାଳ ମନ୍ଦିରର ଇତିହାସ ଓ ପରମ୍ପରା ସମ୍ପର୍କରେ ପଚାରି ବୁଝିଥିବା ବେଳେ ମନ୍ଦିରର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ତାଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା।

Leave A Reply

Your email address will not be published.