ଖଣି ଅଂଚଳରେ ଜଳ ବିଭାଜିକା ଯୋଜନାରେ ବ୍ୟାପକ ଘୋଟଲା 

0

ସୁକିନ୍ଦା / ସନାତନ ମହନ୍ତ : ସୁକିନ୍ଦା ବ୍ଲକ ର କାଙ୍କଡ଼ ପାଳ, ରଂlସୋଳ, କାଳିଆପାଣି, କଂସ ଏବଂ ଚିଙ୍ଗୁଡ଼ିପାଳ ପଂଚାୟତରେ ଜଳ ବିଭାଜିକା ଯୋଜନାରେ ବହୁତ ଗୁଡିଏ ଜଳ ପ୍ରକଳ୍ପ ଏବଂ ପୋଖରୀ ଖୋଳା ଚାଲିଛି l ତେବେ ଏଠାକାର ସ୍ଥାନୀୟ ବାସିନ୍ଦା ଏବଂ ସରକାର ଙ୍କର ଜଳ ବିଭାଜିକା ଯୋଜନାରେ ନିଯୁକ୍ତ ସଭାପତି କିମ୍ୱା ସମ୍ପାଦକ ମାନଙ୍କର ଅଭିଯୋଗ ଏଥିରେ ବ୍ୟାପକ ଘୋଟଲା ହେଉ ଅଛି l କୌଣସି ପୋଖରୀ ବା ବନ୍ଧ ରେ ସରକାରୀ ସୂଚନା ଫଳକ ମରାଯାଇ ନାହିଁ l ଏହି ଯୋଜନା ଅନୁଯାଇ ସ୍ଥାନୀୟ ଗ୍ରାମ୍ୟ କମିଟି ଏବଂ ସଭାପତି ସମ୍ପାଦକ ମିଳିତ ଭାବେ ଏହି କାର୍ଯ୍ୟ କରିବା କଥା କିନ୍ତୁ ଏମାନଙ୍କର ଏଭିଯୋଗ ଯେ ଏହି କାମ କେମିତି ଚଲାଇଛି କେତେ ଅନୁଦାନ ଆସୁଅଛି ହିସାବ କିତାବ କେମିତି ଚାଲିଛି କେହି ଜାଣିପାରୁ ନାହାନ୍ତି l ଏପରି ଏକ ପୋଖରୀ କାଳିଆପାଣି ପଂଚାୟତ ର ଗୁରୁଜl ଙ୍ଗ ଗ୍ରାମ ରେ ଚାଲିଛି ଯେଉଁଠି ଜେସିବି ଏବଂ ଟ୍ରାକଟର ସହାୟତାରେ ପୋଖରୀ ଖୋଳା ଚାଲିଛି l ତାଙ୍କୁ ପଚାରିବାରୁ ସେ କୁହନ୍ତି ଆମ ପାଖରେ କାଗଜ ପତ୍ର ହିସାବ କି ରେଜିଷ୍ଟର କିଛି ନାହିଁ l ଆମ ବାବୁ ଆମକୁ କେବଳ ଏହି କାମ ଜଗିବାକୁ କହିଛନ୍ତି l ଏହି ବାବୁ ଜଣକ କିଏ ପଚାରିବାରୁ ସେ କୁହନ୍ତି ସେ ହେଉଛନ୍ତି ପିଆ mr. Khan ବାବୁ ସେ ଚଣ୍ଡିଖୋଲ ରେ ରୁହନ୍ତି l ସେହିଁ ସବୁ କାମ ନିଜେ କରାଉଛନ୍ତି l ଏଠାରେ କାମକରୁଥିବା ଜେସିବି ମେସିନ ମଧ୍ୟ୍ୟ ତାଙ୍କରି ଜରିଆରେ କେଦ୍ରାପଡ଼ାରୁ ଅଣାଯାଇ କାମକରାଯାଉଅଛି l ତେଣୁ ଏମାନଙ୍କର ସମସ୍ଥଙ୍କର ଅଭିଯୋଗ ଏଥିରେ PIA ମହୋଦୟ ମନମୁଖୀ ବ୍ୟାପକ ଘୋଟଲା କରିଚାଲିଛନ୍ତି l

Leave A Reply

Your email address will not be published.