ବ୍ୟାସସେବା ଯୁବକ ସଙ୍ଘ ପକ୍ଷରୁ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

0

ବ୍ୟାସନଗର/ ଜୟଶଙ୍କର ଦାଶ :  ବ୍ୟାସନଗର ବ୍ୟାସସେବା ଯୁବକ ସଙ୍ଘ ପକ୍ଷରୁ ଆଜି ସ୍ଥାନୀୟ ଭଟିଆ ଗୋଷ୍ଟି ଉନ୍ନୟନ କେନ୍ଦ୍ର ଠାରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ରକ୍ତ ଦାନ ଶିବିରରେ ୩୦ୟୁନିଟ ରକ୍ତ ସଂଗୃହୀତ କରାଯାଇଥିଲା। ଉକ୍ତ ରକ୍ତ ଦାନ ଶିବିର କୁ କଳିଙ୍ଗନଗର ଏଡ଼ିଏମ ସନ୍ତୋଷ କୁମାର ମିଶ୍ର ଉଦ୍ଘାଟନ କରିଥିଲେ। ସମାନିତ ଅତିଥି ଭାବେ ଆୟକର ବିଭାଗର ଯୁଗ୍ମ ସଚିବ ପିୟୁସ ପାଣି,ବରିଷ୍ଠ ନାଗରିକ ମଞ୍ଚ ସମ୍ପାଦକ ଚନ୍ଦ୍ରମଣି ସାମଲ,ପୂର୍ବତନ ପୋୖରାଧ୍ୟକ୍ଷା ସବିତା ରାଉତ, ପୂର୍ବତନ ନଗର ପାଳିକା ବନ୍ଦିତା ପରିଡା, ଶ୍ରମିକ ନେତା ନାରାୟଣ ନାୟକ,ଜ୍ଞାନରଞ୍ଜନ ରାଉତ, ସମାଜ ସେବୀ ରାଜେନ୍ଦ୍ର ବିଶ୍ୱାଳ, ହୃଦାନନ୍ଦ ସାମଲ, ଚନ୍ଦ୍ରମଣି ପାତ୍ର, ସାମ୍ବାଦିକ ସଂଗ୍ରାମ ସିଂ, ଚିନ୍ତାମଣି ପାଢ଼ୀ, ହରାଧନ ବାନାର୍ଜୀ ,ନଟବର ମଲ୍ଲିକ, ରମେଶ ମହାନ୍ତି, ଶିଶିର ରାଉତ, ଡଃ ବିରେନ୍ଦ୍ର କୁମାର ଦାଶ, ପ୍ରକାଶ ସାହୁ କଳ୍ପତରୁ ଧୀର,ଲଭିଲି ସାହୁ, କାଜଲ ନାୟକ ରକ୍ତ ଦାତା ମାନଙ୍କୁ ଉତ୍ସାହିତ କରିଥିଲେ। ବ୍ୟାସସେବା ଯୁବକ ସଙ୍ଘର ସଭାପତି ହେମନ୍ତ କୁମାର ଧୀର, ସମ୍ପାଦକ ପରେସ ଦାଶ, ସଞ୍ଜୟ ସାହୁ, ଜନ୍ମେଜୟ ରାଉତ,ଦିଲ୍ଲୀପ ରାଉତ, ରମେଶ ବୁଶ୍ୱାଳ, ବିଶ୍ୱଜିତ ମାଝୀ ଓ ଅନ୍ୟମାନେ ସହଯୋଗ କରିଥିଲେ।

Leave A Reply

Your email address will not be published.