୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ଅଷ୍ଟମ ଦିନର ଖେଳରେ ଇକୋ ରେଲୱେ ଖୋର୍ଦ୍ଧା ଓ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ବିଜୟୀ 

0

ବୁଧବାର ଦିନ ପ୍ରଥମ ମ୍ୟାଚ ରାଇଜିଙ୍ଗ ଷ୍ଟୁଡେଂଟ କଟକ ଓ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ଏବଂ 

ଦ୍ୱିତୀୟ ମ୍ୟାଚ ସ୍ପୋଷ୍ଟ ଏସୋସିଏସନ ରାଉଲକେଲା ଓ ଇକୋ ରେଲୱେ ଖୋର୍ଦ୍ଧା ମଧ୍ୟରେ 

ପଦ୍ମପୁର/ନିଳ ଦୀପ-ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ଅଷ୍ଟମ ଦିବସରେ ପ୍ରଥମ ମ୍ୟାଚ ଏଫସିଏ ବିଲାସପୁର ଓ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ବିଜୟୀ ହୋଇଥିଲା ଏବଂ ଦ୍ୱିତୀୟ ମ୍ୟାଚ ଜାଗୁଆର ପାଟନା ବିହାର ଓ ଇକୋ ରେଲୱେ ଖୋର୍ଦ୍ଧା ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ଇକୋ ରେଲୱେ ଖୋର୍ଦ୍ଧା ବିଜୟୀ ହୋଇଥିଲା ।

           ପ୍ରଥମ ମ୍ୟାଚ ଏଫସିଏ ବିଲାସପୁର ଓ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ମଧ୍ୟରେ  ଅନୁଷ୍ଠିତ  ହୋଇଥିଲା । ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ଦଳ ପ୍ରଥମେ ବ୍ୟାଟିଂ କରି ବିଶ୍ୱଜିତ ଭୂଇଆଁଙ୍କ ୩୯ ରନ ସହାୟତରେ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୩୩ ରନ ସଂଗ୍ରହ କରିଥିଲେ । ଜବାବରେ ଏଫସିଏ ବିଲାସପୁର ଦଳ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୦୪ ରନ ସଂଗ୍ରହ କରିଥିଲେ ଓ ୨୯ ରନରେ ପରାସ୍ତ ହୋଇଥିଲେ । ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ଦଳ ପକ୍ଷରୁ ବିଶ୍ୱଜିତ ମଲ୍ଲିକ ଓ ଦିବ୍ୟରଂଜନ ସାହୁ ଉଭୟେ ୨ଟି ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

              ଦ୍ୱିତୀୟ ମ୍ୟାଚ ଜାଗୁଆର ପାଟନା ବିହାର ଓ ଇକୋ ରେଲୱେ ଖୋର୍ଦ୍ଧା ମଧ୍ୟରେ ଅନୁÂିତ ହୋଇଥିଲା । ଇକୋ ରେଲୱେ ଖୋଦ୍ଧା ଦଳ ପ୍ରଥମ ବ୍ୟାଟିଙ୍ଗ କରି ପ୍ରଶାନ୍ତ ସାହୁଙ୍କ ଧୂଆଁଧାର ବ୍ୟାଟିଙ୍ଗ ୯୧(୪୨) ଏବଂ ଅଙ୍କିତ ଯାଦବଙ୍କ ୪୭ ରନ ସହାୟତାରେ ୮ ଓଭରରେ ୧୯୪ ରନ ସଂଗ୍ରହ କରିଥିଲେ  ।୧୯୫ରନ ଲକ୍ଷ ନେଇ ଜାଗୁଆର ପାଟନା ବିହାର ଦଳ ୧୭.୧ ଓଭରରେ ସମସ୍ତ  ୱିକେଟ ହରାଇ  ମାତ୍ର୯୬ ରନ ସଂଗ୍ରହ କରି ୯୮ ରନରେ ପରାସ୍ତ ହୋଇଥିଲେ । ଇକୋ ରେଲୱେ ଖୋଦ୍ଧା ଦଳ ପକ୍ଷରୁ ଜୟନ୍ତ ବେହେରା ୯ ରନରେ ୩ ୱିକେଟ ଅକ୍ତିଆର କରିଥିଲେ  ।

        ପୁରଷ୍କାର ବିତରଣୀ ଉତ୍ସବରେ ପଦ୍ମପୁର ଟ୍ରକ ମାଲିକ ସଂଘର ସଭାପତି ମହମ୍ମଦ ସାଜିଦ ଓ ସମ୍ପାଦକ ପ୍ରକାଶ କୁମାର ଦୋରା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଥମ ମ୍ୟାଚର ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ଦଳର ବିଶ୍ୱଜିତ ଭୂଇଆଁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଦ୍ୱିତୀୟ ମ୍ୟାଚର ଇକୋ ରେଲୱେ ଖୋର୍ଦ୍ଧା ପ୍ରଶାନ୍ତ ସାହୁଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବରେ ପୁରଷ୍କୃତ କରିଥିଲେ ।ଅଷ୍ଟମ ଦିନର ମ୍ୟାଚ ଗୁଡିକୁ ଅମ୍ପାୟାର ପୃତ୍ୱିରାଜ ମିଶ୍ର,ନାରାୟଣ ମେହେର,ସମିର ପାଣିଗ୍ରାହୀ,ସୌମ୍ୟଦର୍ଶନ ମହାନ୍ତି ପରିଚାଳନା କରିଥିଲେ । ଅମରେଶ ବେହେରା ସ୍କୋରର ଦାୟିତ୍ୱ ତୁଲାଇଥିବା ବେଲେ ଦିବ୍ୟ ପଣ୍ଡା ଓ ଶାଶ୍ୱତ ଦାଶ  ଧାରାବିବରଣୀ ପ୍ରଦାନ କରିଥିଲେ । ଗୁରୁବର ଦିନ ପ୍ରଥମ ମ୍ୟାଚ ରାଇଜିଙ୍ଗ ଷ୍ଟୁଡେଂଟ କଟକ ଓ ରାମେଶ୍ୱର ସ୍ପୋର୍ଟିଙ୍ଗ ଭୂବନେଶ୍ୱର ଏବଂ ଦ୍ୱିତୀୟ ମ୍ୟାଚ ସ୍ପୋଷ୍ଟ ଏସୋସିଏସନ ରାଉଲକେଲା ଓ ଇକୋ ରେଲୱେ ଖୋର୍ଦ୍ଧା  ମଧ୍ୟରେ ଅନୁଷ୍ଠିତ  ହେବ  ।

Leave A Reply

Your email address will not be published.