ଗୋଠୁଗୁଡ଼ା ଗ୍ରାମ ପଞ୍ଚାୟତରେ  ପିଠା କାର୍ଯ୍ୟକ୍ରମ

0

ଝାରବନ୍ଧ/ସଦାନନ୍ଦ ବେହେରା:-  ଝାରବନ୍ଧ ବ୍ଲକର ଗୋଠୁଗୁଡ଼ା ପଞ୍ଚାୟତରେ ପିଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସରପଞ୍ଚ ଶ୍ରୀ ପ୍ରୀତମ ନାଏକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବରେ ଝାରବନ୍ଧ ବ୍ଲକ ଅଧ୍ୟକ୍ଷ ଶ୍ରୀ ଵିଜୟ କେତନ ପ୍ରଧାନ, ଚମ୍ପୁଲାଲ ଲୁହାର, ବାଲ୍ମୀକି ନାୟକ  ଅତିଥି ଭାବରେ ଯୋଗଦାନ କରି ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ବିକାଶ ମୂଳକ  କାର୍ଯ୍ୟକ୍ରମ  ସମ୍ପର୍କରେ ଜନସାଧାରଣଙ୍କୁ ବୁଝାଇଥିଲେ। ଶହେ ଟି ବି.ପି.ଏଲ ପରିବାରଙ୍କୁ ପ୍ରତି କାର୍ଡ ରେ ଚାରି ଟି ଲେଖାଏ ଏଲ.ଇ.ଡି ବଲବ  ଓ  ୪୪ ଟି ମହିଳା ଗୋଷ୍ଠୀ ଉନ୍ନୟନ ଗ୍ରୁପ କୁ ୧୫ ହଜାର ଲେଖାଏ ଟଙ୍କା ଦିଆ ଯାଇଥିଲା।

 

Leave A Reply

Your email address will not be published.