ଝୁଲନ୍ତା ଅବସ୍ଥା ରେ ବୃଦ୍ଧାଙ୍କ ମୃତ ଶରୀର, ନାତୁଣୀ ଶଶୁର ଘର ଅତ୍ୟାଚାରକୁ ନେଇ ସନ୍ଦେହ ସୃଷ୍ଟି

5

ଅସ୍ତରଙ୍ଗ:ଆଜି କାକଟପୁର ବ୍ଲକ ଲତାହରଣ ପଞ୍ଚାୟତ ଗୋରଡ଼ି ତୋଟା ଗ୍ରାମ ରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ଜଣେ ୭୦ ବର୍ଷୀୟା ବୃଦ୍ଧା ଙ୍କର ମୃତ ଶରୀର, ଜଣେ ବ୍ୟକ୍ତି ଙ୍କ ଗୃହ ସାମ୍ନା ଆଜବେଷ୍ଟ କଇଁଚିଆ ରେ ଝୁଲନ୍ତା ଅବସ୍ଥା ରେ ରହିଛି । ଯାହାଙ୍କର ନାମ ବେଙ୍ଗ ବରାଳ । ଏହା ଏକ ହତ୍ୟା କି ଆତ୍ମହତ୍ୟା ଯାହା ସମ୍ପୂର୍ଣ୍ଣ ସନ୍ଦେହ ଘେର ଭିତରେ ରହି ଥିବା ବେଳେ,ଘଟଣା ସ୍ଥଳରେ କାକଟପୁର ପୋଲିସ ପହଞ୍ଚି ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିବା ସହ ଫରେନସିକ୍ ଟିମ୍ ର ସହାୟତା ଲୋଡିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ମୃତ ବୃଦ୍ଧା ଙ୍କ ନିଜ ଘର ଅସ୍ତରଙ୍ଗ ବ୍ଲକ କରଞ୍ଜପୁର ଗ୍ରାମ ରେ । ମାତ୍ର ଗତକାଲି ନିଜ ବାପଘର ଗ୍ରାମ ଗୋରଡ଼ି ତୋଟା କୁ ଆସିଥିଲେ ଆଉ ନିଜ ଭାଇ ଙ୍କ ଘରେ କିଛି ସମୟ ବିତାଇଥିଲେ, ଆସିବା କାରଣ ଯାହା ସୂଚନା ରହିଛି ବୃଦ୍ଧା ତାଙ୍କ ନିଜ ନାତୁଣୀ ଙ୍କୁ ନିକଟ ଗ୍ରାମ ଓଳଙ୍ଗର ରେ ବିବାହ ଦେଇଥିଲେ, ମାତ୍ର ବିବାହ ର କିଛି ବର୍ଷ ପରେ ନାତୁଣୀ ଶଶୁର ଘରେ ଅତ୍ୟାଚାର ର ଶିକାର ହୋଇଥିଲେ ଯାହାକୁ ସମାଧାନ କରିଥିଲେ ବୃଦ୍ଧା ଙ୍କ ବାପ ଘର ଗ୍ରାମ ର ବୈକୁଣ୍ଠ ରାଉତ । ବୃଦ୍ଧା ଜଣକ ରାତ୍ରୀରେ ବୈକୁଣ୍ଠ ରାଉତ ଙ୍କ ଘରକୁ ଆସି ଥିଲେ ଓ ରାତ୍ରରେ ରହିଥିଲେ । ହେଲେ,ସକାଳେ ତାଙ୍କ ମୃତ ଶରୀର ନିଜ ଲୁଗାରେ ଆଯବେଷ୍ଟ୍ ମଗରା କାଠରେ ଝୁଲୁ ଥିବାର ଦେଖାଯାଏ ଥିଲା । ତାଙ୍କ ପରିବାର ଙ୍କୁ ଖବର ଦିଆ ଜାଇ ଥିଲା । ପରିବାର ତଥା ତାଙ୍କ ପୁଅ ପହଞ୍ଚି ମୃତକ ମାଙ୍କୁ ଦେଖିବା ପରେ ପୁଅ ମା ର ମୃତୁ ର ସଠିକ୍ ତଦନ୍ତ ନିମନ୍ତେ କାକଟପୁର ଥାନାରେ ବୈକୁଣ୍ଠ ରାଉତ,ଓ ଭାଗା ପ୍ରଧାନ ନାମରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.