ଟ୍ରାଭେଲରଗାଡି ଧକ୍କାରେ ଵାଇକ ଆରୋହୀ ଗୁରୁତର

5

ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ କୁମାର ହାତୀ ):ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଵୈଦୁପାଲି ଛକ ନିକଟରେ ଟ୍ରାଭେଲର ଗାଡି ଓ ବାଇକ ମଧ୍ୟରେ ଧକା ହେବା ଫଳରେ ବାଇକ ଆରୋହୀ ଗୁରୁତର.। ଗୁରୁତର ଜଣକ ହେଲେ ବିନିକା ବ୍ଳକ ବଳରଙ୍ଗା ଗ୍ରାମର ସରୋଜ ମହାକୁଡ଼ ବୋଲି ଜଣାପଡିଛି।ଘଟଣାରୁ ଜଣାଯାଏ ଯେ ସରୋଜ ବାଇକ ଯୋଗେ ସମ୍ପକିୟର ବାହାଘରକୁ ଯୋଗ ଦେବା ପାଇଁ ବଲାଙ୍ଗୀର ପଟକୁ ଯାଉଥିଲ ବିପରୀତ ଦିଗରୁ ଏକ ଟ୍ରାଭେଲର ଗାଡି ଅସୁଧିବା ବେଳ ଵୈଦୁପାଲି ପେଟ୍ରୋଲ ପମ୍ପ ନିକଟରେ ଵାଇକ ଆରୋହୀ ଓ ଟ୍ରାଭେଲର ଗାଡ଼ିରେ ମଧ୍ୟରେ ଧକ୍କା ହୋଇଥିଲା । ସ୍ଥାନୀୟ ଲୋକେ ଯୁବକକୁ ଗୁରୁତର ଅବସ୍ଥାରେ ଉଧାର କରି ଡୁଙ୍ଗୁରିପାଲି ଗୋଷ୍ଠୀ ସ୍ୟାସ୍ଥ କେନ୍ଦ୍ର ଭର୍ତ୍ତି କରିଥିଲେ। ଯୁବକ ଜଣକର ମୁଣ୍ଡରେ ଗୋଡ଼ରେ ମାଡ଼ ହେଇଥିବାରୁ ଭୀମସାର ବୁର୍ଲା ଡାକ୍ତର ଖାନାକୁ ପଠାଇ ଦିଯାଇଛି। ଘଟଣା ସ୍ଥଳକୁ ଡୁଙ୍ଗୁରିପାଲି ପୋଲିସ ପହଞ୍ଚି ଉଭଜ ଗାଡିକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.