ଜୟପୁର ଠାରେ ମିଳିତ ଅଭିଯୋଗ ଶୁଣାଣି

5

ଜୟପୁର:୨୧.୦୪.୨୦୨୫-ଅଶୋକ ସାହୁ, ଶାସକ ପ୍ରଶାସକ,ଉପଜିଲ୍ଲାପାଳଙ୍କ କାର୍ଯ୍ୟ।ଳୟର ସମ୍ମିଳନୀ କକ୍ଷ ଠାରେ ଜିଲ୍ଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦେବୀ ପ୍ରସାଦ ମହାନ୍ତିଙ୍କ ଦ୍ୱାରା ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବେଣୁଧର ସବର, କୋରାପୁଟ ଜିଲ୍ଲା ପରିଷଦ ଗ୍ରାମ୍ୟ ଉନ୍ନୟନ ଅଧିକାରୀ, ଜୟପୁର ଉପଖଣ୍ଡ ଅ।ରକ୍ଷୀ ଅଧିକାରୀ ଶ୍ରୀ ପାର୍ଥ ଜଗଦୀଶ କଶ୍ୟପ, ଉପଜିଲ୍ଲାପାଳ ଜୟପୁର କୁମାରି ଅକାବରମ ସସ୍ୟ ରେଡ୍ଡୀ, ରବି ନାରାୟଣ ମିଶ୍ର ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଜୟପୁର ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅଭିଯୋଗ ଶୁଣାଣିରେ ୧୦ ଗୋଟି ଗୋଷ୍ଟିଗତ ସମସ୍ୟା ଓ ୧୯ ଗୋଟି ବ୍ୟକ୍ତିଗତ ସମସ୍ୟା ସମୁଦାୟ ୨୯ ଗୋଟି ବିଭିନ୍ନ ସମସ୍ୟାର ଆଜି ଅଭିଯୋଗ ଶୁଣାଣି ହୋଇ ଥିଲା । ପୁରୁଣା ବୋରିଗୁମ୍ମା ଗ୍ରାମ ବାସୀ ଚିଟ୍ ଫଣ୍ଡ ଠକେଇ ସମସ୍ୟା ନେଇ ଆସି ଥିଲେ ଥାନାରେ ଏତଲା ଦେବାର ୩ ମାସ ପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନ ହେବ ଅଭିଯୋଗକାରୀ ମାନେ କହିଛନ୍ତି । ତେନ୍ତୁଳି ଗୁମ୍ମାର ମିନାକ୍ଷୀ ବିଦ୍ୟୂତ ଜଳ ପ୍ରକଳ୍ପ ର ନିର୍ମାଣ କାର୍ଯ୍ୟ ସମ୍ବନ୍ଧରେ, ,ଆର୍ଥିକ ଠକେଇ ମାମଲା, ଘର ପଟ୍ଟା, ଜମିବାଡି ବିବାଦ, ପାନୀୟ ଜଳ ସମସ୍ୟା, ସ୍ଵାସ୍ଥ୍ୟଗତ ସମସ୍ୟା,ରାସ୍ତା ଘାଟ ସମସ୍ୟା ଇତ୍ୟାଦି ବିଷୟରେ ଆଜି ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଗୁଡିକର ସମସ୍ୟାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତି ଶିଘ୍ର ସମାଧାନ କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ମହାନ୍ତି କହିଛନ୍ତି।

ଏଥି ସହିତ ପୁର୍ବରୁ ଯାହା ସବୁ ଅଭିଯୋଗ ଆସିଛି ତାହାର ୯୦ ପ୍ରତିଶତ କାର୍ଯ୍ୟ ସମାଧାନ କରାଯାଇଥିବା ସେ କହିଛନ୍ତି। ସେହି ପରି ଗୁପ୍ତେଶ୍ୱର ପିଠ ଠାରେ ବ୍ରାହ୍ମଣ ସମାଜ ପାଇଁ ହୋମ ନିମନ୍ତେ ଘର ନିର୍ମାଣ ପାଇଁ ବ୍ରାହ୍ମଣ ସମାଜ ଗୁହାରି କରି ଥିଲେ । ଏହି ପରି ବିଭିନ୍ନ ସମସ୍ୟା ଉପରେ ଆଜି ଅଭିଯୋଗ ଶୁଣାଣି ହୋଇ ଥିଲା । ଏହି ଶିବିରରେ ଅନ୍ୟ ମାନଙ୍କ ମଧ୍ୟରେ ସମନ୍ଵିତ ଆଦିବାସୀ ଉନ୍ନୟନ ପ୍ରକଳ୍ପ ଅଧିକାରୀ ଶ୍ରୀମତୀ ତୃପ୍ତି ବୋରେଇ, ଜୟପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶକ୍ତି ପ୍ରସାଦ ମହାପାତ୍ର, ଜିଲ୍ଲା ଶିକ୍ଷାଧିକାରୀ ଡ଼. ପ୍ରଶାନ୍ତ କୁମାର ମହାନ୍ତି, ଜୟପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଚନ୍ଦନ ନାୟକ, ଜିଲ୍ଲା ମଣ୍ଡଳ ଅଧିକାରୀ, ଜିଲ୍ଲା ପଂଚାୟତ ଅଧିକାରୀ, ଡୁଡା ପ୍ରକଳ୍ପ ନିର୍ଦ୍ଦେଶକ,ଜିଲ୍ଲା ଅତିରିକ୍ତ ଖାଉଟି ଓ‌ ଯୋଗାଣ ଅଧିକାରୀ, ଜିଲ୍ଲା ପ୍ରାଣୀ ଚିକିତ୍ସାଧିକାରୀ, ରାସ୍ତା ଓ ଗୃହ ନିର୍ମାଣ ଅଧିକ୍ଷଣ ଯନ୍ତ୍ରୀ ଜୟପୂର, ଟିପିଏସଓଡିଏଲ୍ ଓ ବିଦ୍ୟୁତ ବିଭାଗର କର୍ମକର୍ତ୍ତାଙ୍କ ସହ ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.