ପଦ୍ମପୁର ବନାଞ୍ଚଳ ରେ ବଣୁଆ ହାତୀ : ବନ ବିଭାଗ ପକ୍ଷରୁ କରଯାଉଛି ସଚେତନ।

5

ପଦ୍ମପୁର:- ପଦ୍ମପୁର ବନାଞ୍ଚଳର ଜମରତଲା ଅଞ୍ଚଳରେ ବଣୁଆ ହାତୀ ବୁଲୁଥିବା ନେଇ ବନବିଭାଗ ପକ୍ଷରୁ ଗାଁ ଗୁଡ଼ିକରେ ଲୋକଙ୍କୁ ସଚେତନତା କରାଯାଇଛି I ହାତୀ ବୁଲୁଥୁବା ସୂଚନା ପାଇ ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଳାଙ୍କ ନେତୃତ୍ବରେ ଗଠିତ ସ୍କ୍ୱାର୍ଡ ତଥା ଫରେଷ୍ଟର ସରୋଜ ସାହୁ, ଚିନ୍ମୟୀ ମହାପାତ୍ର, ଲିଜି ମହାପାତ୍ର, ପଦ୍ମିନୀ ଭୋଇ ଜମରତଲା, ବଞ୍ଜୁଝୁଲା, ଲେଦ୍ରାପାଲି, ଫୁଲମତୀ ପୁର, ଡଙ୍ଗାଛଞ୍ଚା, ରାଇବହାଦୁରପୁର ଆଦି ଗ୍ରାମକୁ ପହଞ୍ଚି ଗ୍ରାମବାସୀଙ୍କୁ ସଚେତନ କରୁଛନ୍ତି । ଏଥିସହ ରାତିରେ ପଦାକୁ ନ ବାହାରିବା ଏବଂ ଭୋରୁ ତଥା ସକାଳୁ ମହୁଲ ଓ କେନ୍ଦୁପତ୍ର ସଂଗ୍ରହ କରିବା ପାଇଁ କେହି ନ ଯିବା ନେଇ ସତର୍କତା କରାଯାଉଛି। ଭୟଭୀତ ନ ହୋଇ ସତର୍କ ରହିବାକୁ ବିଭାଗ ପକ୍ଷରୁ କୁହାଯାଉଛି। ଉଭୟ ବଣ ମଇଁଷି ଓ ହାତୀ ଉପରେ ବନବିଭାଗର ତୀକ୍ଷ୍ଣ ନଜର ରହିଛି ବୋଲି ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା ସୂଚନା ଦେଇଛନ୍ତି।

Leave A Reply

Your email address will not be published.