ଅସ୍ତରଙ୍ଗ/ଦୁଃଶାସନ ନାୟକ : ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଧିନ କୁହୁଡି ଠାରେ ଆସନ୍ତା ମେ ୨୧ ତାରିଖ ଦିନ ପାଳିତ ହେବାକୁ ଥିବା,୯୫ ତମ ଲବଣ ସତ୍ୟାଗ୍ରହ ସ୍ମାରକୀ ସମାରୋହ ପାଇଁ ଏକ ପ୍ରସ୍ତୁତି ବୈଠକ କୁହୁଡି ସ୍ଥିତ ଲବଣ ସତ୍ୟାଗ୍ରହ ସ୍ଵାମୀ ଜି ପୂର୍ଣାନନ୍ଦ ସ୍ମୃତି ବିଦ୍ୟାପୀଠ ଠାରେ ଉତ୍କଳ ସଂଗ୍ରାମୀ ସ୍ମୃତି ସମିତି ର ସଭାପତି ଅମିୟ କୁମାର ପଟ୍ଟନାୟକ ଙ୍କ ସଭାପତି ତ୍ୟୋରେ ଏକ ଅନୁଷ୍ଠିତ ହୋଇ ଜାଇ ଅଛି । ଉକ୍ତ ସମା ରୋହରେ ପ୍ରତ୍ୟୁଷରୁ ପ୍ରଭାତ ଫେରି,ଗଣ ଦୌଡ଼,ସ୍ମୃତିସ୍ତମ୍ଭ ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ,ବନ୍ଦେ ମାତରଂ , ବନ୍ଦେ ଉତ୍କଳ ଜନନୀ ଗାନ ,ବିଶେଷ ବ୍ୟକ୍ତି ଓ ସ୍ଵାଧୀନତା ସଂଗ୍ରାମୀ ଦାୟଦ ମାନଙ୍କୁ ସମ୍ବର୍ଦ୍ଧନା ,ସ୍ମରଣିକା ଉନ୍ମୋଚନ,ଆଲୋଚନା ଚକ୍ର,ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଭୁତି ମହା ସମାରୋହରେ ଅନୁଷ୍ଠିତ ହେବା ପାଇଁ ନିଷ୍ପତି ଗ୍ରହଣ କରା ଯାଇଛି। ଏହି ବୈଠକ ରେ ଉପଦେଷ୍ଟା ମହେଶ୍ୱର ନାୟକ,ପ୍ରମୋଦ କୁମାର ନାୟକ,ସମ୍ପାଦକ କାଳନ୍ଦୀ ଚରଣ ଛାଟୋଇ,ଭୋଲାନାଥ ସ୍ବାଇଁ,ଅର୍ଜୁନ ମଳିକ,ସରପଞ୍ଚ ରାମଚନ୍ଦ୍ର କାଂଡି,ଶଙ୍କର ମିଶ୍ର,କ୍ଷେତ୍ରବାସୀ ଦାସ,ଗୋବିନ୍ଦ ସ୍ବାଇଁ,ସତ୍ୟବ୍ରତ ଲେଙ୍କା,କ୍ଷୀରୋଦ ମହାନ୍ତି,ଦୁଃଶାସନ ନାୟକ,ବନବିହାରୀ ଗ୍ରହାଚାର୍ଯ୍ୟ,ଶ୍ରୀଧର ନାୟକ,ଦେବ ନାୟକ,ହେମନ୍ତ ମଲ୍ଲ,ପବିତ୍ର ସ୍ବାଇଁ, ରବୀନ୍ଦ୍ର ମହାନ୍ତି ହରିହର ସ୍ବାଇଁ,ବାଇଧର ମୁଦୁଲି, ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରି ଥିଲେ ।
Sign in
Sign in
Recover your password.
A password will be e-mailed to you.