ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚା ପକ୍ଷରୁ ପାରଳାଖେମୁଣ୍ଡି ସହରରେ ଥିବା କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କ କୁଶ ପୁତ୍ତଳିକା ଦାହ କରଯାଇଥିଲା। ୧୯୩୭ ମସିହାରେ ଆରମ୍ଭ ହୋଇଥିବା ନ୍ୟାସନାଲ ହେରାଲ୍ଡ ପତ୍ରିକା ମୂଳ ଉଦ୍ଵେଶ ଅଲଗା ଥିବା ବେଳେ ତତ୍କାଳିନ କଂଗ୍ରେସ ଜାତୀୟ ନେତା ମାନେ ଏହାକୁ କ୍ଷତି ଦର୍ଶାଇ ଏହାର ନାମ ରେ ହଜାର ହଜାର କୋଟି ଟଙ୍କା ରାଷ୍ଟ୍ର ର ବିଭିନ୍ନ ସହରରେ ନିଜ ନାମରେ ସମ୍ପତ୍ତି ହାସଲ କରିଥିଲେ। ଏହା ଧରାପଡ଼ିବା ପରେ ଇଡି ପକ୍ଷରୁ ଜେରା କରାଯାଇଛି। ଏହାକୁ ନେଇ ବ୍ୟକ୍ତିଗତ ସ୍ବାର୍ଥ ରେ କଂଗ୍ରେସ ରାଜନୀତି କରୁଛି ବୋଲି ବିଜେପି ନେତୃବୃନ୍ଦ ମତ ପ୍ରକାଶ କରିବା ସହ କଂଗ୍ରେସ ବିରୁଦ୍ଧ ରେ ନାରାବାଜି ଦେବା ସହ ରାହୁଲ ଓ ସୋନିଆ ଗାନ୍ଧୀ ଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ।
ଯୁବ ମୋର୍ଚ୍ଚା ସଭାପତି ବାଳକୃଷ୍ଣ ପାତ୍ର ଙ୍କ ନେତୃତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ନବ କିଶୋର ଶବର , ମହିଳା ମୋର୍ଚ୍ଚା ସଭାପତି ଅରୁଣିମା ସାହୁ , କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ , ସାଧାରଣ ସମ୍ପାଦକ ଜଗନ୍ନାଥ ମହାପାତ୍ର , ମଣ୍ଡଳ ସଭାପତି କୋଡୁରୁ ଜୀବନ ଓ ନଗର ଯୁବ ମୋର୍ଚ୍ଚା ସଭାପତି ଦିବାକର ସୁଆଲ ସିଂ, ଉପ ସଭାପତି ନରେଶ ପାଳକାଙ୍କ ସମେତ ଅନେକ ଯୁବ ନେତା ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.