ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସିଦ୍ଧାନ୍ତ ସାହିତ୍ୟ ଅନୁଷ୍ଠାନ , ପାରଳାଖେମୁଣ୍ଡି ଆନୁକୁଲ୍ୟେ ଡ. ବିଧୂତ ଶେଖର ମିଶ୍ରଙ୍କ କବିତା ସଙ୍କଳନ ମନମୁକୁର ସ୍ଥାନୀୟ ଉତ୍କଳ ହିତୈଷିଣୀ ସମାଜ ସଭା ଗୃହରେ ଉନ୍ମୋଚିତ ହୋଇଯାଇଛି।
କବି ବିଚିତ୍ରାନନ୍ଦ ବେବର୍ତ୍ତାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମହୋତ୍ସବରେ ସିଦ୍ଧାନ୍ତର ପ୍ରତିଷ୍ଠାତା ସମ୍ପାଦକ ଉପାନ୍ତପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିଲେ । ବିଶିଷ୍ଠ ଅତିଥି ଡ. ରମାକାନ୍ତ ରଣା , ମୁଖ୍ୟବକ୍ତା ଡ. କଲ୍ୟାଣୀ ମିଶ୍ର , ବିଶିଷ୍ଠ ଆଲୋଚିକା ଡ. ସବିତା ଶତପଥୀ ( କୋରାପୁଟ) , ସମ୍ମାନିତ ଅତିଥି କବି ସୁଧାଂଶୁ ଶେଖର ମିଶ୍ର(ପୁରୀ) ପ୍ରଭ୍ରୁତି ମଞ୍ଚାସୀନ ରହି ଅନ୍ତଃ ଗବାକ୍ଷ ଦ୍ଵାରା ମାନବିକତାର ମନଦର୍ପଣରେ ସମାଜକୁ ସଚେତନ କରିବା ଆମର କର୍ତ୍ତବ୍ୟ ବୋଲି କହିଥିଲେ।
ପ୍ରାରମ୍ଭରେ ଆକାଶବାଣୀ କଣ୍ଠଶିଳ୍ପୀ ବି. କୋମଳଙ୍ଗୀ ଏବଂ ବିଧୂତ୍ ମିଶ୍ରଙ୍କ ମିଳିତ କଣ୍ଠରେ ପ୍ରାରମ୍ଭିକ ସଙ୍ଗୀତ ପରିବେଷଣ କରିଥିଲେ। ସଭା ଶେଷରେ ତ୍ରିପତି ପ୍ରସାଦ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ।
Sign in
Sign in
Recover your password.
A password will be e-mailed to you.