ବଲାଙ୍ଗିର ଜିଲ୍ଲାର ଛାତ୍ରଛାତ୍ରୀ ମାନଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ଡବଲ ଇଞ୍ଜିନ ସରକାରର ଡବଲ ଧମାକା ।

4

ବଲାଙ୍ଗିର: ଶାସକ ପ୍ରଶାସକ (ଘନଶ୍ୟାମ ନାଗ) ବଲାଙ୍ଗିର ଜିଲ୍ଲାର ଟିଟଲାଗଡ ଓ ପାଟଣାଗଡ ସବଡିଭିଜନରେ କେନ୍ଦ୍ରୀୟ ବିଦ୍ୟାଳୟର ଶିଳାନ୍ୟାସ କଲେ ମାନ୍ୟବର ଶିକ୍ଷା ମନ୍ତ୍ରୀ ଶ୍ରଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ । ଟିଟିଲାଗଡ ଓ ପାଟଣାଗଡ ଅଞ୍ଚଳର ଜନସାଧାରଣ ମାନେ ପାରମ୍ପରିକ ନୃତ୍ୟ, ଗୀତ, ଓ ବାଦ୍ୟରେ ଶ୍ରୀଯୁକ୍ତ ପ୍ରଧାନ ଏବଂ ତାଙ୍କ ଟିମଙ୍କୁ ସ୍ବାଗତ କରିଥିଲେ। ଓଡ଼ିଶାରେ ମୋଟ ୮ ଟି ନୂତନ କେନ୍ଦ୍ରୀୟ ବିଦ୍ୟାଳୟର ସ୍ଥାପନା ପାଇଁ ମଞ୍ଜୁରୀ ରହିଥିବାବେଳେ କେବଳ ବଲାଙ୍ଗିର ଜିଲ୍ଲାରେ ୨ଟି କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ହୋଇଅଛି ଏବଂ କେବଳ ଏହି ଜିଲ୍ଲାରେ ୧୦୦ କୋଟି ଟଙ୍କା ବ୍ୟୟ କରି ଶିକ୍ଷାର ମାନ ବୃଦ୍ଧି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଧାନ ସେଥିପାଇଁ ଜିଲ୍ଲାରେ ଆନନ୍ଦ,ଉଲ୍ଲାସ, ହରଷର ଲହରୀ ଖେଳିଯାଇଛି।
ସୂଚନାଥାଉକି, ଭାରତ ସରକାରଙ୍କ ଠାରେ ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂ ଦେଓ ବାରମ୍ବାର ଦାବି ଉପସ୍ଥାପନା କରି ଆସୁଥିଲେ ମଧ୍ୟ ଦାବି ପୂରଣ ହେଉନ ଥିଲା ! ସୌଭାଗ୍ୟର ବିଷୟ ଏହି ଯେ ଆଜି ମାନ୍ୟବର ଭାରତ ସରକାରଙ୍କ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କରକମଲରେ ଶିଳାନ୍ୟାସ ହୋଇଅଛି ! ଏଠାରେ ବଲାଙ୍ଗିର ଜିଲ୍ଲାବାସୀଙ୍କର ଦାବି ପୂରଣ ହୋଇ ଲୋକଙ୍କର ଆଶା ଉଜ୍ଜୀବିତ ହେଲା ! ଅନ୍ୟ ମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ, ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼ଃ. ମୁକେଶ ମହାଳିଙ୍ଗ,ବଲାଙ୍ଗିର ଲୋକସଭା ସାଂସଦ ସଂଗୀତା କୁମାରୀ ସିଂ ଦେଓ, ରାଜ୍ୟ ସଭା ସାଂସଦ ଶ୍ରୀ ନିରଞ୍ଜନ ବିଶି,ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲକର, କେନ୍ଦ୍ରୀୟ ବିଦ୍ୟାଳୟ ସଂସ୍ଥାପକ ଦିଲ୍ଲୀ(ଆଡମିନ )ଦିପେଶ ଗେହଲଟ, କେନ୍ଦ୍ରୀୟ ବିଦ୍ୟାଳୟ ଡେପୁଟି କମିଶନର ଭୁବନେଶ୍ୱର ଶିହରନ ବୋଷ,ପିଏମଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ବଲାଙ୍ଗିର ର ପ୍ରିନସିପାଲ ଗଣେଶ ପଧାନ ମଞ୍ଚାସିନ ଥିଲେ ! ଛାତ୍ର ଛାତ୍ରୀ ମାନେ କେନ୍ଦ୍ରୀୟ ବିଦ୍ୟାଳୟରେ ଅଧ୍ୟୟନ କରି ତାଙ୍କ ଜୀବନରେ ବଡ଼ ବଡ଼ ମଣିଷ ହୋଇ ନିଜକୁ ଆଗେଇନେବେ ! ବିକଶିତ ଗାଁ ହେଲେ ବିକଶିତ ଜିଲ୍ଲା ହେବ, ବିକଶିତ ଜିଲ୍ଲା ହେଲେ ବିକଶିତ ରାଜ୍ୟ ତାପରେ ଯାଇ ଆମେ ଗୋଟିଏ ବିକଶିତ ଭାରତ ଗଠନ କରି ପାରିବା ବୋଲି ଅତିଥି ବୃନ୍ଦ ନିଜ ନିଜ ମତ ପ୍ରକାଶ କରିଥିଲେ !

Leave A Reply

Your email address will not be published.