ଓଡ଼ଗାଁ କପ ବ୍ୟାଡ଼ମିଣ୍ଟନ -୨୦୨୫ ଉଦଘାଟିତ

4

୧୯ ବର୍ଷ କମ ବର୍ଗରେ ମୃତ୍ୟୁଞ୍ଜୟ-ରାକେଶ ଯୋଡ଼ି ଚମ୍ପିଆନ

ଓଡ଼ଗାଁ,୧୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଵିଜୁ ପଟ୍ଟନାୟକ ଇନ ଡୋର ଷ୍ଟାଡିୟମରେ ଓଡଗାଁ କପ୍ ବ୍ୟାଡ଼ମିଣ୍ଟନ ୨୦୨୫ ଶନିବାର ଉଦଘାଟିତ ହୋଇଛି।ଏଥିରେ ୧୯ ବର୍ଷରୁ କମ୍ ୧୪ ଯୋଡ଼ି ଅଂଶଗ୍ରହଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ଓଡ଼ଗାଁର ମତ୍ୟୁଞ୍ଜୟ ଓ ରାକେଶ ଯୋଡ଼ି ଚାମ୍ପିଆନ ହୋଇଥିଲେ।ନୟାଗଡ଼ର ସୁଭାଶିଷ ଓ ସୁଚିତା ନନ୍ଦଙ୍କୁ ରନର୍ସ ଅପ ଯୋଡି ଭାବେ ସନ୍ତୁଷ୍ଟ ହେବାକୁ ପଡିଥିଲା।ଏପରିସ୍ଥଳେ ଖଣ୍ଡପଡାର ଅବିନାଶ ଓ ଶୁଭମ ଯୋଡ଼ି ତୃତୀୟ ଏବଂ ଓଡ଼ଗାଁର ସାଇରାମ ଓ ଶୁଭ୍ରାଂଶୁ ଯୋଡି ୪ର୍ଥ ସ୍ଥାନ ହାସଲ କରିଥିଲେ।ଏହି ବସରରେ ଟୁର୍ଣ୍ଣାମେଣ୍ଟର ଆୟୋଜିତ ଉଦଘାଟନୀ ଉତ୍ସବ ଖେଳ ମଣିଷ ତଥା କ୍ରୀଡ଼ାବିତ ଦିବାକର ନାୟକ ଅଧ୍ୟକ୍ଷତା କରିଥିବା ବେଳେ ତହସିଲଦାର ଡ. ମାନସ ରଂଜନ ଭୋଇ ମୁଖ୍ୟ ଅତିଥି, ଶିକ୍ଷାବିତ୍ ଅଶୋକ କୁମାର ମହାପାତ୍ର ମୁଖ୍ୟବକ୍ତା ଓ ସମ୍ମାନିତ ଅତିଥି ଭାବେ ଏମଆଇ ସହକାରୀ ଯନ୍ତ୍ରୀ ମନୋଜ କୁମାର ରାଉତ,ଆର୍ମି ଭେଟେରାନ ତଥା ବରିଷ୍ଠ ପତ୍ରକାର ଆଦର୍ଶ କୁମାର ପଟ୍ଟନାୟକ,ବ୍ୟାଡ଼ମିଣ୍ଟନ ପ୍ରଶିକ୍ଷକ ସୋନାଲି ସାହୁ,ଜିମ ପ୍ରଶିକ୍ଷକ ଆଶୁତୋଷ ବିଶ୍ୱାଳ ଓ ଧ୍ରୁବଚରଣ ସାହୁ ସମ୍ମାନିତ ଅତିଥି ଭାବେ ଅଂଶ ଗ୍ରହଣ କରିଥିଲେ।ଅପରାହ୍ନରେ ଦିବାକର ନାୟକ ଓ ପ୍ରଶିକ୍ଷକ ସାହୁ କନିଷ୍ଠ ବର୍ଗର ଚମ୍ପିୟାନ ଯୋଡ଼ିଙ୍କୁ ଟ୍ରଫି ଏବଂ ରନର୍ସ ଅପ୍ ଯୋଡ଼ିଙ୍କ ସହିତ ୩ୟ ଓ ୪ର୍ଥ ସ୍ଥାନ ଅଧିକାର କରିଥିବା ଯୋଡ଼ିଙ୍କୁ ଟ୍ରଫି ପ୍ରଦାନ କଟିଥିଲେ। କିଷାନ,ଚନ୍ଦନ, ରୋହନ,ସୁଭାଶିଷ, ପ୍ରବୀଣ,ମାତୃପ୍ରସାଦ,ଦିଗବିଜୟ,ଜଗନ୍ନାଥ,ରାକେଶ ଓ ବିଶ୍ୱଜିତ ସମସ୍ତ ମ୍ୟାଚ ପରିଚାଳନା କରିଥିଲେ।ରବିବାର ଆୟୋଜିତ ହେବାକୁ ଥିବା ଟୁର୍ନାମେଣ୍ଟରେ ବରିଷ୍ଠ ବର୍ଗର ୨୬ ଯୋଡି ଅଂଶଗ୍ରହଣ କରୁଥିବା ଆୟୋଜକଙ୍କ ଠାରୁ ପ୍ରକାଶ।

Leave A Reply

Your email address will not be published.