୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପ :ସପ୍ତମ ଦିନର ଖେଳରେ ରାଇଜିଙ୍ଗ ଷ୍ଟୁଡେଂଟ କଟକ ଓ ସ୍ପୋର୍ଟସ ଏକାଡେମୀ ରାଉଲକେଲା ବିଜୟୀ 

0

 ଆଜି ପ୍ରଥମ ମ୍ୟାଚ ଏଫସିଏ ବିଲାସପୁର ଓ ଓଡିଶା ପୋଷ୍ଟାଲ 

ଏବଂ 

ଦ୍ୱିତୀୟ ମ୍ୟାଚ ଜୁଗାର ପଟନା ବିହାର ଓ ଇକୋ ରେଲୱେ ମଧ୍ୟରେ 

ପଦ୍ମପୁର/ନିଳ ଦୀପ

ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲ ପଡିଆ ଠାରେ  ବୋରାସମ୍ବର ସ୍ପୋର୍ଟିଙ୍ଗ ପଦ୍ମପୁର ଆନୁକୁଲ୍ୟରେ ଆୟୋଜିତ ୨୫ତମ ସର୍ବଭାରତୀୟ ବୋରାସମ୍ବର କ୍ରିକେଟ କପର ସପ୍ତମ ଦିବସରେ ପ୍ରଥମ ମ୍ୟାଚ ପାୟେନିଅର ପୁରୀ ଓ ରାଇଜିଙ୍ଗ ଷ୍ଟୁଡେଂଟ କଟକ ମଧ୍ୟରେ ହୋଇଥିଲା ।ଏହି ମ୍ୟାଚରେ ରାଇଜିଙ୍ଗ ଷ୍ଟୁଡେଂଟ କଟକ ବିଜୟୀ ହୋଇଥିଲା ଏବଂ ଦ୍ୱିତୀୟ ମ୍ୟାଚ ସ୍ପୋର୍ଟସ ଏକାଡେମୀରାଉଲକେଲା ଓ ସେରସା ରାଂଚି ରାଉଲକେଲା ମଧ୍ୟରେ ହୋଇଥିଲା । ଏହି ମ୍ୟାଚରେ ସ୍ପୋର୍ଟସ ଏକାଡେମୀ ରାଉଲକେଲା ବିଜୟୀ ହୋଇଥିଲା ।

           ପ୍ରଥମ ମ୍ୟାଚ ପାୟେନିଅର ପୁରୀ ଓ ରାଇଜିଙ୍ଗ ଷ୍ଟୁଡେଂଟ କଟକ ମଧ୍ୟରେ  ଅନୁଷ୍ଠିତ  ହୋଇଥିଲା । ରାଇଜିଙ୍ଗ ଷ୍ଟୁଡେଂଟ କଟକ ଦଳ ପ୍ରଥମେ ବ୍ୟାଟିଂ କରି ପ୍ରତୀକ ତ୍ରୀପାଠୀଙ୍କ ୪୦ ରନ ସହାୟତରେ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୨୮ ରନ ସଂଗ୍ରହ କରିଥିଲେ । ପାୟେନିଅର ପୁରୀ ଦଳ ପକ୍ଷରୁ ଦିନେଶ ସାହୁ ଏବଂ ଶେଖ ସୁଲେମାନ ୩ଟି ୱିକେଟ ଅକ୍ତିଆର କରିଥିଲେ ।୧୨୯ ରନର ଲକ୍ଷ ନେଇ ପାୟେନିଅର ପୁରୀ ଦଳ ୨୦ ଓଭରରେ ୮ ୱିକେଟ ବିନିମୟରେ ୯୫ ସଂଗ୍ରହ କରିବାକୁ ସକ୍ଷମ ହୋଇ ୩୩ ରନରେ ପରାସ୍ତ ହେଲେ । ରାଇଜିଙ୍ଗ ଷ୍ଟୁଡେଂଟ କଟକ ଦଳର ଅଭିଜିତ ରାଣା ଘାତକ ବୋଲିଙ୍ଗ କରି ୭ ରନରେ ୫ଟି ୱିକେଟ ଅକ୍ତିଆର କରିଥିଲେ ।

             ଦ୍ୱିତୀୟ ମ୍ୟାଚ ସ୍ପୋର୍ଟସ ଏକାଡେମୀ ରାଉଲକେଲା ଓ ସେରସା ରାଂଚି ମଧ୍ୟରେ ଅନୁଷ୍ଠିତ  ହୋଇଥିଲା । ସ୍ପୋର୍ଟସ ଏକାଡେମୀରାଉଲକେଲା ଦଳ ପ୍ରଥମ ବ୍ୟାଟିଙ୍ଗ କରି ପ୍ରୟାସ ସିଂ ଠାକୁର ଧୂଆଁଧାର ୭୭(୩୭) ରନ ଏବଂ ପ୍ରଶାନ୍ତ ଦାଶ ୫୫(୪୨) ରନ ସହାୟତାରେ ୨୦ ଓଭରରେ ୦୬ ୱିକେଟ ବିନିମୟରେ  ୧୭୬ ରନ ସଂଗ୍ରହ କରିଥିଲେ ।ଜବାବରେ ସେରସା ରାଂଚି ଦଳ ମାତ୍ର ୯୧ ରନ ୧୯.୧ ଓଭରରେ କରିବାକୁ ସକ୍ଷମ ହୋଇ ୮୫  ରନରେ ପରାଜିତ ହୋଇଥିଲେ । ସ୍ପୋର୍ଟସ ଏକାଡେମୀରାଉଲକେଲା ଦଳ ପକ୍ଷରୁ ପ୍ରଶାନ୍ତ ଦାଶ ୩ଟି ୱିକେଟ ଅକ୍ତିଆର କରିଥିଲେ  ।

      ପୁରସ୍କାର  ବିତରଣୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଣିକ ସଂଘ ସଭାପତି ଶ୍ରୀଯୁକ୍ତ ପ୍ରତାପ ମିଶ୍ର ଓ ସଦସ୍ୟ ବେଣୁ ମାଧବ ଦୋରା ଯୋଗଦେଇ ପ୍ରଥମ ମ୍ୟାଚର ରାଇଜିଙ୍ଗ ଷ୍ଟୁଡେଂଟ କଟକ ଦଳର ଅଭିଜିତ ରାଣାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଏବଂ ଦ୍ୱିତୀୟ ମ୍ୟାଚର ସ୍ପୋର୍ଟସ ଏକାଡେମୀ ରାଉଲକେଲାର ପ୍ରୟାସ ସିଂ ଠାକୁରଙ୍କୁ ମ୍ୟାନ ଅଫ ଦି ମ୍ୟାଚ ଭାବରେ ପୁରଷ୍କୃତ କରିଥିଲେ ।ସପ୍ତମ ଦିନର ମ୍ୟାଚ ଗୁଡିକୁ ଅମ୍ପାୟାର ମହେଶ ମୁନସୀ,ସଂଜୟ କୁମାର ନାଏକ,ପୃତ୍ୱିରାଜ ମିଶ୍ର,ନାରାୟଣ ପ୍ରସାଦ ମେହେର ପରିଚାଳନା କରିଥିଲେ । ଆକାଶ କୁମାର ଦାଶ ସ୍କୋରର ଦାୟିତ୍ୱ ତୁଲାଇଥିବା ଶାଶ୍ୱତ ଦାଶ  ଧାରାବିବରଣୀ ପ୍ରଦାନ କରିଥିଲେ । ବୁଧବାର ଦିନ ପ୍ରଥମ ମ୍ୟାଚ ପ୍ରଥମ ମ୍ୟାଚ ଏଫସିଏ ବିଲାସପୁର ଓ ଓଡିଶା ପୋଷ୍ଟାଲ ଏବଂ ଦ୍ୱିତୀୟ ମ୍ୟାଚ ଜୁଗାର ପଟନା ବିହାର ଓ ଇକୋ ରେଲୱେ  ମଧ୍ୟରେ ଅନୁଷ୍ଠିତ  ହେବ  ।

 

 

 

Leave A Reply

Your email address will not be published.