ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡିଆ ପକ୍ଷ ପାଳନର ଚତୁର୍ଦ୍ଦଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ଦ୍ଵାରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଓଡିଆ ନବବର୍ଷ ଓ ପଣା ସଂକ୍ରାନ୍ତି ମହା ଆଡମ୍ବରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଶଙ୍କର କେରକେଟା , ମୁଖ୍ୟ ଉନ୍ନୟନ ଅଧିକାରୀ-ତଥା-ନିର୍ବାହୀ ଅଧିକାରୀ , ଜିଲ୍ଲାପରିଷଦ , ଗଜପତି ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଶ୍ରୀ ଅନୁପ ପଣ୍ଡା , ଉପ ଜିଲ୍ଲାପାଳ , ପାରଳାଖେମୁଣ୍ଡି , ଶ୍ରୀ କମଳକାନ୍ତ ପଣ୍ଡା ଡେପୁଟି କାଲେକ୍ଟର ଜରୁରୀକାଳୀନ ବିଭାଗ , ଶ୍ରୀଯୁକ୍ତ ଟିମନ ବାରା , ଜିଲ୍ଲା ପ୍ରକଳ୍ପ ଅଧିକାରୀ , ଓଡ଼ିଶା ଜୀବିକା ମିଶନ , ଗଜପତି , ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ , ଗଜପତି , ଶ୍ରୀ ଅରୁଣ କୁମାର ତ୍ରିପାଠୀ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ , ଗଜପତି ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ।
ଓଡିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗଙ୍କ ଆହ୍ଵାନ କ୍ରମେ ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ୧ ତାରିଖ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ ସଂକ୍ରାନ୍ତି ପର୍ଯ୍ୟନ୍ତ ଓଡିଆ ପକ୍ଷ ପାଳନ କରାଯାଉଥିଲା , ଏହି ଅବସରରେ ସ୍ଥାନୀୟ ମହିଳା ମାନଙ୍କ ଦ୍ଵାରା ରଙ୍ଗୋଲୀ , ଝୋଟି , ଚିତା , ମୁରୁଜ , ହୁଳହୁଳି ଆଦି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏହି ଓଡିଆ ନୂତନ ବର୍ଷର ଅବସରରେ ପାରମ୍ପରିକ ପଣାର ବ୍ୟବସ୍ଥା କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ୨୦ରୁ ଉର୍ଦ୍ଧ ମହିଳା ମାନେ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। କୃତି ପ୍ରତିଯୋଗୀଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଏହି ଅବସରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟ ଗୁଡିକରେ ମଧ୍ୟ ଓଡିଆ ନୂତନ ବର୍ଷ ଓ ପଣା ସଂକ୍ରାନ୍ତି ପାଳନ କରାଯାଇଅଛି।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ ସୁରକ୍ଷା କର୍ମଚାରୀମାନଙ୍କ ସମେତ ଶ୍ରୀ ଲୋକନାଥ ରେଡ୍ଡୀ , ମନୋଜ କୁମାର ଲିମା , ରିଙ୍କୁ ମହାରଣା , ଅପରାନନ୍ଦ ଆନନ୍ଦ ପ୍ରଭୃତ ରାଜସ୍ଵ ସହାୟକମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସମ୍ପାଦନ କରିଥିଲେ।
Sign in
Sign in
Recover your password.
A password will be e-mailed to you.