ଭୁବନେଶ୍ୱର , ଏପ୍ରିଲ୍ ୧୪: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସମ୍ ନର୍ସିଂ କଲେଜ ଓ ଭାରତର ସୋସାଇଟି ଅଫ୍ ପେରିଅପରେଟିଭ୍ ନର୍ସିଂ (ଏସ୍ପିଏନ୍)ର ମିଳିତ ଆନୁକୂଲ୍ୟରେ ବିଶ୍ୱବିଦ୍ୟାଳୟ ଅଡିଟୋରିୟମରେ ଶୁକ୍ରବାର ଦିନ ଏସ୍ପିଏନକନର ୫ମ ଜାତୀୟ ସମ୍ମିଳନୀ ‘ଏସ୍ପିଏନକନ -୨୦୨୫’ ଉଦ୍ଘାଟିତ ହୋଇଯାଇଛି ।
ପ୍ରଥମ ଥର ପାଇଁ ଓଡିଶାରେ ଏସ୍ପିଏନ୍ ଓ ସମ୍ ନର୍ସିଂ କଲେଜର ମିଳିତ ଆନୁକୂଲ୍ୟରେ ଏହି ଜାତୀୟ ସମ୍ମିଳନୀ ଆୟୋଜିତ କରାଯାଇଛି । ଏହି ସମ୍ମିଳନୀର ଥିମ୍ ରହିଥିଲା – “ଏମ୍ପାୱାରିଂ ନର୍ସେସ ଫର୍ ଷ୍ଟେ୍ରନ୍ଙ୍ଗଥେନିଙ୍ଗ ପୋଷ୍ଟ୍ ଅପ୍ରେଟିଭ୍ ପ୍ରାକ୍ଟିସେସ୍” ଅର୍ଥାତ୍ ଅସ୍ତ୍ରୋପଚାରର ପରବର୍ତୀ ଅବସ୍ଥାରେ ରୋଗୀର ଯତ୍ନ ନେବା ସମୟରେ ନର୍ସମାନେ କେଉଁ ସବୁ ଅଭ୍ୟାସ ପ୍ରତି ଧ୍ୟାନ ଦେବା ସହ ନିଜକୁ ସଶକ୍ତ କରିପାରିବେ ।
ଏହି ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଭାରତର ବିଭିନ୍ନ ହସ୍ପିଟାଲ ଓ ନର୍ସିଂ କଲେଜମାନଙ୍କରୁ ୫୦୦ରୁ ଉଦ୍ଧ୍ୱର୍ ନର୍ସିଂ ଛାତ୍ରଛାତ୍ରୀ, ପିଜି ଛାତ୍ରଛାତ୍ରୀ, ଫ୍ୟାକଲ୍ଟି, ରିସର୍ଚ୍ଚ ସ୍କଲାର ଓ ନର୍ସିଂ ଅଫିସରମାନେ ଯୋଗ ଦେଇଛନ୍ତି । ବିଜ୍ଞାନ ଭିତିକ ଅଧିବେଶନ ମାଧ୍ୟମରେ ସେମାନଙ୍କୁ ବିଭିନ୍ନ ପ୍ରକାର ପ୍ରଶିକ୍ଷଣ ଦେବା ସହିତ ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଥିଲା । ଆଧୁନିକ ଜ୍ଞାନକୌଶଳ ମାଧ୍ୟମରେ ଚିକିତ୍ସା ଓ ରୋବୋଟିକ୍ ଚିକିତ୍ସା ଆଦି ବିଷୟବସ୍ତୁ ଉପରେ ସେମାନଙ୍କୁ ପ୍ରଶକ୍ଷିଣ ଦିଆଯାଇଥିଲା ।
ଏହି ଅବସରରେ ଭୁବନେଶ୍ୱର ସ୍ଥିତ ଏସିଆନ୍ ଇନଷ୍ଟିଟ୍ୟୁଟ ଅଫ୍ ପବ୍ଳିକ୍ ହେଲଥ୍ (ଏଆଇପିଏଚ୍) ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର (ଡାକ୍ତର) ଉଷା ଅଗ୍ରୱାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କହିଥିଲେ ଯେ, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ପାଥୋଲୋଜି ବିଭାଗର ଭୂମିକା ଯେତେ ଗୁରୁତ୍ୱପୂର୍ଣ୍ଣ ନର୍ସମାନଙ୍କର ଭୂମିକା ମଧ୍ୟ ସେତିକି ଗୁରୁତ୍ୱପୂର୍ଣ୍ଣ । ସେହ୍ନ, ଶ୍ରଦ୍ଧା ଓ ନିଃସ୍ୱାର୍ଥପର ସେବା ମନୋଭାବ ଦ୍ୱାରା ରୋଗୀର ଯତ୍ନ ନେଲେ ସେ ସଂପୂର୍ଣ୍ଣ ସୁସ୍ଥତା ଲାଭ କରିଥାଏ ବୋଲି ପ୍ରଫେସର (ଡାକ୍ତର) ଅଗ୍ରୱାଲ କହିଥିଲେ ।
ବର୍ତମାନ ଚିକିତ୍ସା କ୍ଷେତ୍ରରେ ଉନ୍ନତମାନର ପଦ୍ଧତିକୁ ପ୍ରତ୍ୟେକ ନର୍ସ ଜାଣିବା ଓ ଶିକ୍ଷା ଗ୍ରହଣ କରିବା ଜରୁରୀ । ରୋବୋଟିକ୍ ମାଧ୍ୟମରେ ଅସ୍ତେ୍ରାପଚାର ମଧ୍ୟ ସମ୍ଭବପର । ସେବା ଯତ୍ନ ସହିତ ସେମାନେ ଜାଣିବା ଦରକାର ଯେ ଅସ୍ତେ୍ରାପଚାର ସମୟରେ କେଉଁ ସବୁ ଜିନିଷ ପ୍ରତି ଧ୍ୟାନ ଦେବା ଜରୁରୀ ।
ସେହିପରି ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ନର୍ସ ମାନଙ୍କୁ ସ୍ୱାସ୍ଥ୍ୟ କ୍ଷେତ୍ରର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବ ନାହିଁ । ଅସ୍ତେ୍ରାପଚାରର ପୂର୍ବବର୍ତୀ ଅବା ପରବର୍ତୀ ସମୟରେ ଡାକ୍ତରମାନଙ୍କ ଅପେକ୍ଷା ଗୋଟିଏ ନର୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ ବେଶ ରହିଥାଏ ବୋଲି ସେ କହିଥିଲେ ।
ରୋଗୀଟି କେବଳ ସେବା ଯତ୍ନ ମାଧ୍ୟମରେ ଯେ ସୁସ୍ଥ ହୋଇଯାଏ ତାହା ନୁହେଁ ମାତ୍ର ସେମାନେ କେଉଁ ସବୁ କ୍ଷେତ୍ର ପ୍ରତି ଧ୍ୟାନ ଦେବା ଆବଶ୍ୟକ ସେ ବିଷୟରେ ଏହି ସମ୍ମିଳନୀରୁ ଶିକ୍ଷା ଲାଭ କରିପାରିବେ । ସମ୍ ହସ୍ପିଟାଲରେ ଉନ୍ନତମାନର ଚିକିତ୍ସା ସହିତ ରୋବୋଟିକ୍ ଅତ୍ସୋପଚାର ମଧ୍ୟ ଉପଲବ୍ଧ ହେଉଛି ବୋଲି ସେ କହିଥିଲେ ।
ଏହି ସମ୍ମିଳନୀରେ ଭାରତର ସୋସାଇଟି ଅଫ୍ ପେରିଅପରେଟିଭ୍ ନର୍ସିଂ (ଏସ୍ପିଏନ୍)ର ପ୍ରତିଷ୍ଠାତା ସଭାପତି ତଥା ଯୋଧପୁର ସ୍ଥିତ ଏମ୍ସ ନର୍ସିଂ କଲେଜର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ସୁରେଶ କୁମାର ଶର୍ମା ଓ ଏସ୍ପିଏନ୍ର ସଭାପତି ତଥା ଭୁବନେଶ୍ୱର ସ୍ଥିତ ଏମ୍ସ ନର୍ସିଂ କଲେଜର ଅଧ୍ୟକ୍ଷ ପ୍ରଫେସର (ଡକ୍ଟର) ଆଶା ପି. ସେଟୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ନିଜର ବକ୍ତବ୍ୟ ରଖିବା ସହିତ ଏହି ସମ୍ମିଳନୀର ଉଦେ୍ଧଶ୍ୟ ବିଷୟରେ କହିଥିଲେ ।
ଏହି ଅବସରରେ ଜାତୀୟ ସମ୍ମିଳନୀ ଏସ୍ପିଏନ୍କନ -୨୦୨୫ ନାମକ ଏକ ପୁସ୍ତକ ଉନ୍ମୋଚନ କରାଯାଇଥିଲା ।
କାର୍ଯ୍ୟକ୍ରମରେ ସମ୍ ନର୍ସିଂ କଲେଜର ଡିନ୍ ପ୍ରଫେସର ସସ୍ମିତା ଦାସ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ନିଦେ୍ର୍ଧଶିକା ପ୍ରଫେସର ପ୍ରଭାତୀ ତ୍ରିପାଠୀ ବିସ୍ତୃତ ବିବରଣୀ ପ୍ରଦାନ କରିଥିଲେ ।
ସମ୍ ନର୍ସିଂ କଲେଜର ଆସୋସିଏଟ୍ ପ୍ରଫେସର ତଥା ସଂଗଠନ ସଚିବ ଶ୍ରୀମତି ଜୁନିଲତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।
ସେହିପରି ଶନିବାର ଆୟୋଜିତ ଉଦ୍ୟାପନୀ କାର୍ଯ୍ୟକ୍ରମରେ ସୋସାଇଟି ଅଫ୍ ପେରିଅପରେଟିଭ୍ ନର୍ସିଂ, ଇଣ୍ଡିଆର ଯୁଗ୍ମ ସଂପାଦକ ଶ୍ରୀ ନିପିନ କଲାଲ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ର ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏବଂ ସମ୍ ନର୍ସିଂ କଲେଜର ଆଡିସ୍ନାଲ ଡିନ୍ ପ୍ରଫେସର ତପତି ଶାହା ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଅସ୍ତେ୍ରାପଚାରର ପରବର୍ତୀ ସେବାରେ ଆଇନଗତ ଏବଂ ନୈତିକ ଦିଗ ଉପରେ ଆଲୋକପାତ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post