ବନବାସୀ ଶ୍ରୀରାମଙ୍କ ଚିତ୍ରକୂଟରେ ବିଶ୍ରାମ

3

ଓଡଗାଁ ଶ୍ରୀରାମ ନବମୀ ଯାତ୍ରାର ୭ମ ସନ୍ଧ୍ୟା

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ସ୍ବର୍ଣ୍ଣ କଳସ କ୍ଷେତ୍ର ଅଧିପତି ଶ୍ରୀରଘୁନାଥ ଜୀଉଙ୍କ ଶ୍ରୀରାମ ନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ରବିବାର ସପ୍ତମ ସନ୍ଧ୍ୟାରେ ବନବାସୀ ଶ୍ରୀରାମଙ୍କ ଚିତ୍ରକୂଟ ପର୍ବତରେ ବିଶ୍ରାମ ନେବାର ଦୃଶ୍ୟ ଦର୍ଶନ କରିବାର ସୈାଭାଗ୍ୟ ଅର୍ଜନ କରିଥିଲେ ଶ୍ରଦ୍ଧାଳୁ । ପିତୃ ସତ୍ୟ ପାଳନ କରି ଭାଇ ଭାର୍ଯ୍ୟାଙ୍କୁ ସାଙ୍ଗରେ ନେଇ ବନବାସକୁ ଜିବା ବେଳେ କ୍ଲାନ୍ତ ହୋଇପଡିଥିବା ପ୍ରଭୁ ଶ୍ରୀରାମ ମା’ ସୀତାଙ୍କୁ କୋଳରେ ଧରି ବିଶ୍ରାମ ନେଉଥିବା ବେଳେ ଅନୁଜ ଲକ୍ଷ୍ମଣ ଆହାର ନିଦ୍ରା ପରିତ୍ୟାଗ କରି ସୁରକ୍ଷା ଦେଇ ଚାଲିଛନ୍ତି । ଅନ୍ୟ ପକ୍ଷରେ ଭରତ ଅଯୋଧ୍ୟା ଫେରି ଆସି ମା’ କୈକେୟୀଙ୍କୁ ଭର୍ଛନା କରି ସହ କ୍ଷଣେ ମାତ୍ର ବିଳମ୍ବ ନକରି ଭ୍ରାତା ରାମଚନ୍ଦ୍ରଙ୍କୁ ଫେରାଇ ନେବାକୁ ଅଯୋଧ୍ୟା ନଗର ବାସୀଙ୍କ ସହିତ ଚିତ୍ରକୂଟରେ ପହଁଚିଛନ୍ତି । ବହୁ ଅନୁନୟ ବିନୟ ପରେ ମଧ୍ୟ ପ୍ରଭୁ ଶ୍ରୀରାମ ଅଯୋଧ୍ୟା ଫେରି ବାକୁ ମନା କରିଛନ୍ତି । ଏବଂ ଭରତଙ୍କ ଇଛାକୁ ସମ୍ମାନ ଦେଇ ନିଜର ପାଦୁକା ପ୍ରଦାନ କରିଛନ୍ତି । ଭ୍ରାତୃ ଭକ୍ତ ଭରତ ପାଦୁକାକୁ ଯତ୍ନ ସହକାରେ ମସ୍ତକରେ ଥୋଇ ଫେରି ଆସିବା ପରେ ନନ୍ଦୀ ଗ୍ରାମରେ ପାଦୁକାକୁ ରଖି ନିଜକୁ ଜଣେ ବନବାସୀ ଭାବେ ସମସ୍ତ ପ୍ରକାର ବିଳାସ ବ୍ୟସନକୁ ପରିତ୍ୟାଗ କରି ଶ୍ରୀରାମଙ୍କ ଜଣେ ପ୍ରତିନିଧି ଭାବେ ଅଯୋଧ୍ୟାର ପ୍ରଜାଙ୍କୁ ପାଳନ କରିଛନ୍ତି । ସାମ୍ପ୍ରତିକ ସମୟରେ ଭାଇ ଚାରାକୁ ବଜାୟ ରଖିବାକୁ ହେଲେ ଅନ୍ତତଃ ପକ୍ଷେ ଶ୍ରୀରାମ, ଲକ୍ଷ୍ମଣ, ଭରତ ଏବଂ ଶତ୍ରୁଘ୍ନ ଚାରି ଭାଇଙ୍କ ତ୍ୟାଗ ଓ ବଳିଦାନକୁ ସ୍ମରଣ କରିବାର ଆବଶ୍ୟକତା ରହିଛି । ମନ୍ଦିର ପରିଚ୍ଛା ହରିବନ୍ଧୁ ଷଡ଼ଙ୍ଗୀ, ପାଳିଆ ପଣ୍ଡା ପ୍ରଫୁଲ୍ଲ ମହାପାତ୍ର, ସୁଆର ସେବକ, ମନ୍ଦିର ପରିଚାଳକ ଜିତେନ୍ଦ୍ର କୁମାର ମିଶ୍ରଙ୍କ ଦ୍ବାରା ସମସ୍ତ ନୀତି କାର୍ଯ୍ୟ ସମ୍ପନ୍ନ ହୋଇଥିବା ବେଳେ ଆଦର୍ଶ ଥାନା ଆଇଆଇସି ଅଭୟ ବେହେରା ତତ୍ବାବଧାନରେ ଆଇନ୍ ଶୃଙ୍ଖଳା ପରିସ୍ଥିତି କାର୍ଯ୍ୟକାରୀ ହୋଇଥିଲା ।

Leave A Reply

Your email address will not be published.