ବିପଦଜନକ ଅବସ୍ଥାରେ ଓଡ଼ଗାଁ ପରିବା ମାର୍କେଟ କଂକ୍ରିଟ ରାସ୍ତା

3

ପୋଲ ଉପରେ ନାହିଁ ବିପଦ ସଙ୍କେତ

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନ୍ଏସି ପରିବା ମାର୍କେଟ ନାଳ ଓ ବସଷ୍ଟାଣ୍ଡକୁ ସଂଲଗ୍ନ କରୁଥିବା ଅଣ ଓସାରିଆ ପାଦଚଲା କଂକ୍ରିଟ ପୋଲ ଶୂନ୍ୟରେ ଝୁଲୁଥିବା ଅବସ୍ଥାରେ ରହିଛି । ଯେକୌଣସି ସମୟରେ ଏହା ଖସି ପଡ଼ିବାର ସମ୍ଭାବନା ରହିଛି। ବିଡ଼ମ୍ବନାର ବିଷୟ ଏଭଳି ବିପଦ ସଙ୍କୁଳ ଅବସ୍ଥାରେ ଥିବା ରାସ୍ତା ଓ ପୋଲ ଉପରେ କୈାଣସି ବିପଦର ସଙ୍କେତ ଦିଆଯାଇନାହିଁ । କେତେକ ବ୍ୟବସାୟୀଙ୍କ କହିଛନ୍ତି ଯେ ଆମ୍ଭେ ଉକ୍ତ ସମସ୍ୟାକୁ ନେଇ ଏକାଧିକବାର ଏନ୍ଏସି କର୍ତ୍ତୁପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛୁ । କିନ୍ତୁ କେହି ଏହାକୁ ଗୁରୁତ୍ବ ଦେଉନାହାଁନ୍ତି । ଓଡ଼ଗାଁ ପରିବା ବଜାର ଏବଂ ବସଷ୍ଟାଣ୍ଡ ମଧ୍ୟରେ ଏକ ଓସାରିଆ ନାଳ ଯାଇଛି । ପରିବା ବଜାର ସହିତ ବସଷ୍ଟାଣ୍ଡକୁ ଯୋଡ଼ିବା ପାଇଁ ଉପର ଭାଗରେ ଏକ କଂକ୍ରିଟ ପୋଲ ରହିଥିବା ବେଳେ ରାସ୍ତା ଭିଡ଼ ରହୁଥିବାରୁ ଏହାକୁ ଲକ୍ଷ୍ୟ ରଖି ନାଳର ତଳଭାଗରେ ଆଉ ଗୋଟିଏ ଅଣ ଓସାରିଆ ପାଦଚଲା କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିଲା । ନାଳରେ ପାଣି ଆସି ନାଳର ପୂର୍ବ ଯଥା ପରିବା ମାର୍କେଟ ପାର୍ଶ୍ବରୁ ମାଟି ଅତଡ଼ା ଖସିବାରୁ ପରିବା ମାର୍କେଟ ଚଟାଣ ଉପରେ କଂକ୍ରିଟ ରାସ୍ତା ରହିଛି। ହେଲେ ସେହି ୭ଇଞ୍ଚର କଂକ୍ରିଟ ରାସ୍ତା ତଳକୁ ଦୁର୍ବଳ ଗାଡ଼ୱାଲ ଭାଙ୍ଗି ପ୍ରାୟତଃ ୫୦ ରୁ ୬୦ ସ୍କୋୟାରଫୁଟ୍ ଆକ୍ରାନ୍ତର ଏବଂ ୮ଫୁଟ ଗଭୀର ନାଳ ପତନ ପର୍ଯ୍ୟନ୍ତ ସମସ୍ତ ମାଟି ଭାଷି ଯାଇଛି। ଫଳରେ ରାସ୍ତା ଏବଂ ପୋଲ ଶୂନ୍ୟରେ ଝୁଲି ରହି ବିପଦକୁ ଚାହିଁ ରହିଛି । ଏହା ଉପରେ ଯାଅ ଆସ କରୁଥିବା ଲୋକମାନଙ୍କୁ ତାହା ଦେଖାଯାଉ ନାହିଁ। କାରଣ ସେଠାରେ କୈାଣସି ବିପଦ ସଙ୍କେତ ଦିଆଯାଇନାହିଁ। ଖୁବଶୀଘ୍ର ଉକ୍ତ ସ୍ଥାନରେ ବିପଦ ସଂକେତ ଦେବାର ବ୍ୟବସ୍ଥା କରିବା ସହିତ ଭୁଶୁଡ଼ି ଯାଇଥିବା ସ୍ଥାନକୁ ମରାମତ କରିବାକୁ ପରିବା ବ୍ୟବସାୟୀ ଏବଂ ସ୍ଥାନୀୟ ଜନସାଧାରଣ ଦାବି କରିଛନ୍ତି । ଏହି ସମସ୍ୟା ସମ୍ପର୍କରେ ଆମ୍ଭେ ଅବଗତ ଅଛୁ। ପ୍ରକ୍ରିୟା ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ଟେଣ୍ଡର ଡାକି କାର୍ଯ୍ୟ ଆରମ୍ଭ ହେବ ବୋଲି ଓଡ଼ଗାଁ ଏନ୍ଏସିର ଯନ୍ତ୍ରୀ ସତ୍ୟ ନାରାୟଣ ସାହୁ କହିଛନ୍ତି।

Leave A Reply

Your email address will not be published.