୫୦ ବସ୍ତା ବିପିଏଲ୍ ଚାଉଳ ସହିତ ଗାଡ଼ି ଜବତ ଚାଳକ ଗିରଫ

3

ଓଡ଼ଗାଁ,(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଆଦର୍ଶ ଥାନା ପୋଲିସ୍ ରବିବାର ସନ୍ଧ୍ୟାରେ ଏମଭିଆଇ ଚେକିଙ୍ଗ କରୁଥିବା ବେଳେ ଗଞ୍ଜାମ ଜିଲ୍ଲା ସୀମା ସମ୍ଭବ ନିକଟ ୨୧ ନମ୍ବର ରାଜ୍ୟ ରାଜପଥରେ ସନ୍ଦେହ ଜନକ ଭାବେ ଆସୁଥିବା ଓଡି୩୨ଜି୬୯୬୭ ନମ୍ବର ବିଶିଷ୍ଟ ପିକ ଅପ୍ ଭ୍ୟାନକୁ ଅଟକାଇଥିଲେ। ସେଥିରେ ୫୦ରୁ ଉର୍ଦ୍ଧ୍ବ ଚାଉଳ ବସ୍ତା ଥିଲା। ସେଠାରୁ ଓଡ଼ଗାଁ ପୋଲିସ ଗାଡି ଆଣି ଥାନାରେ ରଖିବା ପରେ ଚାଉଳ ବସ୍ତା ସହିତ ଗାଡ଼ି ଜବତ କରି ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା କାନସୁକା ଗାଁର ଚାଳକ ଭଗବାନ ଗୈାଡକୁ(୨୫)କୁ ଗିରଫ କରିଥିଲେ। ତେବେ ବେଆଇନ ଚାଉଳ ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଅଞ୍ଚଳରୁ ନୟାଗଡ଼ ଜିଲ୍ଲାକୁ ଆସିବା ପରେ ଓଡ଼ଗାଁ ପୋଲିସ ଗାଡିକୁ ଅଟକାଇ ଚାଉଳର ବିଲ୍ ଦେଖାଇବାକୁ କହିଥିଲେ।ମାତ୍ର ଚାଳକ କୈାଣସି ବିଲ୍ ଦେଖାନଥିବାରୁ ପୋଲିସ ଗାଡି ଥାନାକୁ ଆଣି ମାମଲା ରୁଜୁ କରିଥିଲେ।

Leave A Reply

Your email address will not be published.