ଅସ୍ତରଙ୍ଗ/ଦୁଃଶାସନ ନାୟକ : ଅସ୍ତରଙ୍ଗ ନୂଆଗଡ ସାମୁଦ୍ରିକ ଥାନାର ଗାଡ଼ି ଚାଳକ ସନ୍ତୋଷ ସେଠୀ(୩୫) ଗତକାଲି ଗୁବିଳମ୍ବିତ ରାତିରେ ନିଜ ଘରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଅସ୍ତରଙ୍ଗ ଥାନା ଅଧିକାରୀ ରାଜେଶ ବଳିଆର ସିଂ ଓ ସାମୁଦ୍ରିକ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା ପୁଲିସ ଟିମ୍ ନେଇ ସନ୍ତୋଷଙ୍କ ଘର ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଆଁ ଗ୍ରାମରେ ପହଞ୍ଚି ତଦନ୍ତ ଆରମ୍ଭ କରି ଶବକୁ ଜବତ କରି ଫରେନସିକ୍ ଟିମ ଦ୍ଵାରା ପଞ୍ଚନାମା କରିଛନ୍ତି। ସୂଚନାନୁସାରେ ସନ୍ତୋଷ କନେଷ୍ଟବଳ ଭାବେ ପୁଲିସରେ ଯୋଗଦେଇ ଅଭିଜ୍ଞତା ଦୃଷ୍ଟିକୋଣରୁ ସାମୁଦ୍ରିକ ଥାନା ଗାଡି ଚଳାଉଥିଲେ। ଅସ୍ତରଙ୍ଗ ବ୍ଲକର ଛୁରିଆନା ପଞ୍ଚାୟତ ରାଇବେରୁଆଁରେ ଘର ହୋଇଥିବାରୁ ସେ ରାତିରେ ଘରକୁ ପଳାଇଥାନ୍ତି। ମିଳିଥିବା ସୂଚନାମୁତାବକ ସବୁଦିନ ପରି ଘରକୁ ଯାଇ ଗତକାଲି ରାତିରେ ସନ୍ତୋଷଙ୍କ ତାଙ୍କ ପରିବାର ଓ ନିଜ ସ୍ତ୍ରୀଙ୍କ ସହ କୌଣସି କାରଣରୁ ପାଟିତୁଣ୍ଡ ହୋଇଥିଲା। ପରେ ସନ୍ତୋଷ ନିକଟସ୍ଥ ମାଣ୍ଡୁକିକୁ ଯାତ୍ରା ଦେଖିବାକୁ ଯାଇ ଯାତ୍ରା ଅଧାରୁ ଘରକୁ ପଳାଇ ଆସିଥିଲେ। ସେ ଆସିବା ବେଳକୁ ଘରେ ତାଙ୍କର ସ୍ତ୍ରୀ ନଥିଲେ। ସକାଳୁ ସନ୍ତୋଷ ଲୁଗାରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଦେଖିଥିଲେ। ଘଟଣାଟି ଚାରିଆଡେ ପ୍ରଘଟ ପରେ ଘଟଣା ସ୍ଥଳରେ ଅସ୍ତରଙ୍ଗ ପୁଲିସ ପହଞ୍ଚି ପରିବାର ଲୋକ ଓ ସ୍ଥାନୀୟ ଲୋକଙ୍କ ପଚରାଉଚରା କରି ପାରିପାର୍ଶ୍ଵିକ ସ୍ଥିତିକୁ ନେଇ ତଦନ୍ତ ଆରମ୍ଭ କରିଥିଲେ। ପୁରୀର ଫୋରେନସିକ୍ ଟିମ୍ ପହଞ୍ଚି ଯାଞ୍ଚ କଲା ପରେ ଅସ୍ତରଙ୍ଗ ପୁଲିସ ଶବକୁ ଜବତ କରି ଛରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଶବ ବ୍ୟବଛେଦ ରିପୋର୍ଟ ଓ ଫରେନସିକ୍ ଯାଞ୍ଚ ରିପୋର୍ଟ ମିଳିବା ପରେ ମୃତ୍ୟୁର ରହସ୍ୟ ଜଣାପଡିବ ବୋଲି ପୁଲିସ କହିଛି।
Sign in
Sign in
Recover your password.
A password will be e-mailed to you.