ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ସି.ଏମ୍.ଟ୍ରଫି ନିମନ୍ତେ ଆଜି (ରବିବାର) ଗଜପତି ଜିଲ୍ଲା ସ୍ତରୀୟ ଫୁଟବଲ ଚମ୍ପିୟାନସିପ୍ ପ୍ରତିଯୋଗିତାର ଉଦଯାପନ ହୋଇଯାଇଛି।
ସ୍ଥାନୀୟ ଗଜପତି ଷ୍ଟାଡିୟମ୍ ଠାରେ ସି.ଏମ୍. ଟ୍ରଫି ହାସଲ ନିମନ୍ତେ ୭ ଏପ୍ରିଲ ଠାରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ଫୁଟବଲ୍ ପ୍ରତିଯୋଗିତାର ଆଜି ଉଦଯାପିତ ହୋଇଯାଇଛି। ଆଜିର ଉଦଯାପନୀ ପ୍ରତିଯୋଗିତାରେ ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଶ୍ରୀଯୁକ୍ତ ରୁପେଶ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଆରକ୍ଷୀ ଅଧିକ୍ଷକ ଗଜପତି ଶ୍ରୀ ଯତୀନ୍ଦ୍ର କୁମାର ପଣ୍ଡା , ଓଡ଼ିଶା ତୃତୀୟ ବାଟାଲିୟନ ଦୁର୍ଗପତୀ ଶ୍ରୀ ଅଶୋକ କୁମାର ମହାନ୍ତି , ଡେପୁଟି କଲେକ୍ଟର ତଥା ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀ କମଳ କାନ୍ତ ପଣ୍ଡା , ଜିଲ୍ଲା ଶିକ୍ଷା ଅଧିକାରୀ ଡ଼.ମାୟାଧର ସାହୁ , ଶ୍ରୀ ଏସ୍.ବାଲାରାଜୁ , ଜିଲ୍ଲାପରିଷଦ ସଭ୍ୟା ଗୋଷାଣୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରମୁଖ ମଞ୍ଚାସିନ ଥିଲେ।
ଏହି ପ୍ରତିଯୋଗିତା ସାତ ଦିନ ଧରି ସୂଚାରୁ ରୁପେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ସମସ୍ତ କ୍ଲବର ୧୫ ବର୍ଷରୁ କମ୍ ବୟସର ଛାତ୍ରମାନେ ୧୭୬ରୁ ଉର୍ଦ୍ଧ୍ବ ଯୋଗଦେଇଥିଲେ। ଆଜିର ଏହି ପ୍ରତିଯୋଗିତାରେ ଯିବା ଟାଇଗର ଗୁମ୍ମା ଦଳ ବିଜେତା ହୋଇଥିବା ବେଳେ ନୂଆଗଡ ଫାଇଟର ରନୋର୍ସ ହୋଇଥିଲେ। ଦୁଇ ଦଳକୁ ସି.ଏମ୍. ଟ୍ରଫି ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦାନ କରାଯାଇଛି। ସେହିପରି ସମସ୍ତ କ୍ରୀଡ଼ା ଶିକ୍ଷକ ଶିକ୍ଷୟତ୍ରୀ ଓ କୋଚ୍ ମାନଙ୍କୁ ଅତିଥିଙ୍କ ଦ୍ୱାରା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶାରିରୀକ କ୍ରୀଡ଼ା ଅଧିକାରୀ ଶ୍ରୀ ସୁରେନ୍ଦ୍ର କୁମାର ପାତ୍ର ସମେତ ବିଭିନ୍ନ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ
ଶ୍ରୀ ଧୀରେନ୍ଦ୍ର ସାମଲ , ଶ୍ରୀ ସନ୍ତୋଷ ପଟ୍ଟନାୟକ , ଶ୍ରୀ ଶିବରାମ ଭୂୟାଁ , ଜୋସ୍ନା ରଇତ , ରେଖାରାଣୀ ଦେଓ , ଧର୍ଷିତା ପଟ୍ଟନାୟକ , ପ୍ରିୟ ଦର୍ଶୀ ମିଶ୍ର , କେବି ରେଡ୍ଡୀ ଓ କିଶୋର ସାମଲ ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post