ପଦ୍ମପୁର :- ପଦ୍ମପୁର ବନ ବିଭାଗ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୁର୍ମା ଗୌଡ଼ମାଲ ରାସ୍ତାରେ ଅତର୍କିତ ଭାବରେ ଚଢ଼ାଉ କରିଥିଲା। ସେଠାରେ ଖଇର କାଠ ଭର୍ତ୍ତି ବୋଲେରୋ ପିକ ଅପ ଜବତ କରିଛି। ଏହି ଚୋରା କାଠ ଚାଲାଣ ଅଭିଯୋଗ ରେ କଂସର ଗ୍ରାମର ତପୋବନ୍ତ କନ୍ଦା ନାମକ ଜଣେ ବ୍ୟକ୍ତି କୁ ଅଟକ ରଖି ପଚରାଉଚରା କରାଯାଉଛି ଏବଂ ଜବତ କାଠ ର ଆନୁମାନିକ ମୂଲ୍ୟ 84,250 ଟଙ୍କା ହେବ ବୋଲି ଡେପୁଟି ରେଞ୍ଜର ସୁଦାମ ଜଗଦଲା ସୂଚନା ଦେଇଛନ୍ତି।
ଏହି ଚଢ଼ାଉ ରେ ଡେପୁଟି ରେଞ୍ଜର ସୁଦାମ ଜଗଦଲା, ଫରେଷ୍ଟର ରାଧାକାନ୍ତ କୁମ୍ଭାର, ଫରେଷ୍ଟ ଗାର୍ଡ ପୃଥିରାଜ ଭୋଇ, ସ୍କ୍ୱାର୍ଡ ରାଜା ଡନସେନା, ସ୍କ୍ୱାର୍ଡ ବଳରାମ ସାହୁ ସାମିଲ ଥିଲେ।
Sign in
Sign in
Recover your password.
A password will be e-mailed to you.