ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପଦଯାତ୍ରା

3

ଭୁବନେଶ୍ୱର: ଭାରତୀୟ ସମ୍ବିଧାନର ପ୍ରମୁଖ ବିନ୍ଧାଣୀ ଡ଼. ଭୀମରାଓ ଆମ୍ବେଦକରଙ୍କ ଜନ୍ମଜୟନ୍ତୀ ପାଳନ ପରିପ୍ରେକ୍ଷୀରେ ଆଜି ଓଡ଼ିଶା କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଏକ ପଦଯାତ୍ରାର ଆୟୋଜନ କରାଯାଇଥିଲା।

କ୍ରୀଡ଼ା ଓ ଯୁବସେବା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ଭାସ୍କର ଜ୍ୟୋତି ଶର୍ମା, ବିଭାଗର ନିର୍ଦ୍ଦେଶକ ଶ୍ରୀ ଦୀପଙ୍କର ମହାପାତ୍ର, ଅତିରିକ୍ତ ଶାସନ ସଚିବ ଶ୍ରୀ ଅଶୋକ ପଣ୍ଡା, ଅତିରିକ୍ତ ଶାସନ ସଚିବ ଶ୍ରୀ ବିଜୟ କୁମାର ସ୍ୱାଇଁ ଏବଂ ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସଦୟ ଉପସ୍ଥିତିରେ ଏହି ପଦଯାତ୍ରା ଅନୁଷ୍ଠିତ ହୋଇଥିଲା।

ଶତାଧିକ ଯୁବକ ଓ ଯୁବତୀ ଏବଂ ସ୍ଵେଚ୍ଛାସେବୀମାନେ ଅତ୍ୟନ୍ତ ଉତ୍ସାହର ସହିତ ଏହି ପଦଯାତ୍ରାରେ ସାମିଲ୍‌ ହୋଇଥିଲେ। ଏଥିସହ ପଦଯାତ୍ରାର ଆୟୋଜନ ଅବସରରେ ଯୁବ ଏନ. ଏସ. ଏସ ସ୍ବେଚ୍ଛାସେବୀ, କ୍ରୀଡ଼ାବିତ ଏବଂ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।

କ୍ରୀଡ଼ା ଓ ଯୁବସେବା ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ଏହି ପଦଯାତ୍ରା ମାଧ୍ୟମରେ ସାମାଜିକ ସମତା ଓ ମୂଲ୍ୟବୋଧ ଏବଂ ସମ୍ବିଧାନର ଆଦର୍ଶକୁ ପ୍ରଚାର-ପ୍ରସାର କରିବା ସହିତ ଯୁବପିଢିଙ୍କ ମଧ୍ୟରେ ସାମ୍ବିଧାନିକ ଅଧିକାର ଏବଂ କର୍ତ୍ତବ୍ୟ ସମ୍ପର୍କରେ ସଚେତନତାର ବାର୍ତ୍ତା ପ୍ରେରଣ କରାଯାଇଥିଲା।

Leave A Reply

Your email address will not be published.