ହୋମ ଯଜ୍ଞ ସହ ସମାପନ ହେଲା ମା ମୁତ୍ୟାଲୁମା ଙ୍କ ଚୈତ୍ର ଯାତ୍ରା

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି- ଅଧିଷ୍ଠିତା ଦେବୀ ମା ମୁତ୍ୟାଲୁମା ଙ୍କ ୨୬ତମ ଶୀତଳ ଚୈତ୍ର ଯାତ୍ରା ଆଜି ମହାଆଡ଼ମ୍ବରରେ ଶେଷ ହୋଇଯାଇଛି । ଆଜି ସକାଳେ ମାଙ୍କ ପଞ୍ଚାମୃତ ଅଭିଷେକ ହେବା ପରେ ଅଳଙ୍କାର ଦର୍ଶନ, ଆଳତୀ, ପୁଷ୍ପାଞ୍ଜଳି ହୋଇଥିଲା।ଆଜି ଚୈତ୍ର ପୁର୍ଣିମା ହେଇଥିବାରୁ ମନ୍ଦିର ପରିସରରେ ଭକ୍ତମାନଙ୍କ ପ୍ରବଳ ଭିଡ଼ ହୋଇଥିଲା। ଗତ ତିନଦିନ ଧରି ଚାଲିଥିବା ଏହି ଚୈତ୍ର ଯାତ୍ରାର ଶେଷ ଦିନ ହେଇଥିବାରୁ ଆଜି ଜଗତ କଲ୍ୟାଣ ନିମନ୍ତେ ହୋମଯଜ୍ଞ ଓ ପୂର୍ଣ୍ଣାହୂତି କରାଯାଇଥିଲା । ଏହି ହୋମଯଜ୍ଞ ପୂଜାକୁ ପୂଜକ ଭାବେ ଶିବାଶିଷ ପାଣିଗ୍ରାହୀ କାର୍ଯ୍ୟ ସମ୍ପାଦନ କରିଥିବା ବେଳେ ମନ୍ଦିର ପୂଜକ ଭାବେ ବି କିଶୋର କୁମାର, ଏମ କିଷାନ ଓ ଏମ ରାଜା ପ୍ରମୁଖ ପୂଜା କାର୍ଯ୍ୟ ସମ୍ପାଦନ କରିଛନ୍ତି। ଏହି ଯାତ୍ରାକୁ ମନ୍ଦିର ଟ୍ରଷ୍ଟି ସଭ୍ୟ ଓ ଯୁବ ଗୋଷ୍ଟି ମାନଙ୍କ ସହଯୋଗ ରେ ଆଜ ମନ୍ଦିର ପରିସର ଭକ୍ତ ମାନଙ୍କ ପାଇ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।

 

Leave A Reply

Your email address will not be published.