ଓଡ଼ିଶା ପକ୍ଷ ପାଳନ ଅବସରରେ ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ

3

 ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ପକ୍ଷ ପାଳନ ଦ୍ଵାଦଶ ଦିବସ ଅବସରରେ ଜିଲ୍ଲା ପ୍ରଶାସନ ଓ ସାହିତ୍ୟ ଏକାଡେମୀ ର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ବରପୁତ୍ର ମାନଙ୍କ ଜୀବନୀ ଉପରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଶ୍ରୀଯୁକ୍ତ ଶଙ୍କର କେରକେଟା , ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ , ସମ୍ମାନୀତ ଅତିଥି ଭାବରେ ଶ୍ରୀଯୁକ୍ତ ଅନୁପ ପଣ୍ଡା , ଉପଜିଲ୍ଲାପାଳ ପାରଳାଖେମୁଣ୍ଡି , ଶ୍ରୀ ପୃଥ୍ବୀରାଜ ମଣ୍ଡଳ , ଅତିରିକ୍ତ ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗଜପତି , ବରିଷ୍ଠ ନାଗରିକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ଓ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ , ଜିଲ୍ଲା ସଂସ୍କୃତି ଅଧିକାରୀ ଗଜପତି ପ୍ରମୁଖ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ଓଡ଼ିଶା ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ଓ ଜିଲ୍ଲା ପ୍ରଶାସନ ଦ୍ଵାରା ଆୟୋଜିତ ବରପୁତ୍ର ମାନଙ୍କ ଜୀବନୀ ଉପରେ ସ୍ଥାନୀୟ ବରିଷ୍ଠ ନାଗରିକ ମାନଙ୍କ ମଧ୍ୟରେ ଜିଲ୍ଲାର ବରପୁତ୍ର ମାନଙ୍କ ଜୀବନୀ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
ଏହି ଆଲୋଚନା ଚକ୍ରର ସମ୍ମିଳନୀରେ ଜିଲ୍ଲାର ୫୦ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବୁଦ୍ଧିଜୀବୀ ଓ ଶିକ୍ଷକ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.