ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ବିଭେଦକ ସମୀକରଣ ଓ ଏହାର ପ୍ରୟୋଗ ସମ୍ବନ୍ଧିତ ଶିକ୍ଷକ ସମୃଦ୍ଧି ସାପ୍ତାହିକ କର୍ମଶାଳା ଉଦଯାପିତ।

3

ଗୁଣୁପୁର-୧୨-୦୪-୨୦୨୫ ସ୍ଥାନୀୟ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟରେ ‌ଗତ ଏକ ସପ୍ତାହ ବ୍ୟାପୀ ଚାଲିଥିବା ” ବିଭେଦକ ସମୀକରଣ ଓ ଏହାର ପ୍ରୟୋଗ ସମ୍ବନ୍ଧିତ ଶିକ୍ଷକ ସମୃଦ୍ଧି କର୍ମଶାଳା ” ଆଜି ଉଦଯାପିତ ହୋଇଯାଇଛି। ଏହି କର୍ମଶାଳା ଆଇ ଆଇ ଟି ବମ୍ୱେ ଏବଂ ଟି ଆଇ ଏଫ୍ ଆର ବମ୍ୱେ ଦ୍ଵାରା ପରିଚାଳିତ ଜାତୀୟ ଗଣିତ କେନ୍ଦ୍ରର ସହଯୋଗ ରେ ଜି ଆଇ ଇ ଟି ବିଶ୍ଵବିଦ୍ୟାଳୟ ଦ୍ଵାରା ଏହି କର୍ମଶାଳା ଆୟୋଜିତ କରାଯାଇଥିଲା।ଏହି ଅବସରରେ ଭୁବନେଶ୍ବର ସ୍ଥିତ ନାଇଜରର ପ୍ରଫେସର ଡ଼ଃ ମାନସ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନୀୟ ଅତିଥି ଭାବେ ହାଇଦ୍ରାବାଦ ସ୍ଥିତ ବିଆଇଟି ପିଲାନୀର ପ୍ରଫେସର ବିଭୁଦତ୍ତ ମିଶ୍ର ଯୋଗଦେଇ ଗଣିତ ଶିକ୍ଷାର ନୂତନତା ଓ ଆବଶ୍ୟକ ବିଷୟରେ କହିଥିଲେ।ବିଶ୍ବବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡା ଯୋଗଦେଇ ଇଂଜିନିୟରିଂ ଶିକ୍ଷା କ୍ଷେତ୍ର ରେ ଗଣିତର ଉପଯୋଗୀତା ଓ ଆବଶ୍ୟକତା ବିଷୟ ରେ ଆଲୋକପାତ କରିଥିଲେ।କୁଳପତି ଡଃ ଏ ଭି ଏନ୍ ଏଲ୍ ଶର୍ମା ଯୋଗ ଦେଇ ବର୍ତମାନ ଶିକ୍ଷା ସମାଜରେ ଗଣିତର ଗୁରୁତ୍ଵ ଓ ସଫଳତା ବିଷୟରେ କହିଥିଲେ।ସ୍କୁଲ୍ ଅଫ ଇଞ୍ଜନିୟରିଂ ଆଣ୍ଡ ଟେକ୍ନୋଲୋଜି ଡିନ ଡ. ଡୁଲୁ ପଟ୍ଟନାୟକ ଯୋଗଦେଇ କର୍ମଶାଳାର ଉପଯୋଗିତା ବିଷୟରେ କହିଥିଲେ ।ବେସିକ୍ ସାଇନ୍ସ ଆଣ୍ଡ ହୁମାନିଟିସ୍ ବିଭାଗର ମୁଖ୍ୟ ଡ଼ଃ ପ୍ରତିଭା କର ଗଣିତର ବିଭିନ୍ନ ଦିଗ ବିଷୟରେ ଆଲୋକପାତ କରିଥିଲେ।ଏହି ଅବସରରେ ବିଶ୍ବବିଦ୍ୟାଳୟର ଉପସଭାପତି ଡ଼ଃ ଚନ୍ଦ୍ରଧ୍ୱଜ ପଣ୍ଡାଙ୍କ ଦ୍ବାରା ମୂଖ୍ୟ ଅତିଥିଙ୍କୁ ସମ୍ମାନୀତ କରାଯାଇଥିଲା।ଵିଶ୍ଵବିଦ୍ୟାଳୟର ରେଜିଷ୍ଟ୍ରାର ଡ଼ଃ ଏନ ଭି ଜେ ରାଓ ଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳାରେ ଅନୁଷ୍ଠାନର ଅଧ୍ୟାପକ,ଅଧ୍ୟାପିକା,ଛାତ୍ରଛାତ୍ରୀ, ଗବେଷଣାରତ ଛାତ୍ରଛାତ୍ରୀବୃନ୍ଦ ଯୋଗ ଦେଇଥିଲେ। ଆବାହକ ଡଃ ତାପସ ରଂଜନ ପାଣିଗ୍ରାହୀ ସ୍ବାଗତ ଭାଷଣ ପରିବେଷଣ କରିଥିବା ବେଳେ ସହ ଆବାହକ ଡଃ ଏନ୍ ଜଗନ୍ନାଧମ୍ ଧନ୍ୟବାଦ ଅର୍ପଣ କରିଥଲେ। ଅଧ୍ୟାପିକା ଘନିଷ୍ଠା ପୃଷ୍ଟିଙ୍କ ଦ୍ଵାରା ମଞ୍ଚ ପରିଚାଳନା କରାଯାଇଥିଲା। ଏହି ଅବସରରେ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ପ୍ରଫେସର ମାନେ ଯୋଗ ଦେଇ ଗଣିତ ବିଷୟରେ ସନ୍ଦର୍ଭ ମାନ ପାଠ କରିଥିଲେ।

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି

Leave A Reply

Your email address will not be published.