ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡିଶା ସରକାରଙ୍କ ଦ୍ବାରା ଆହୂତ ଓଡିଆ ପକ୍ଷ ସଂପର୍କୀୟ ଏକ ଆଲୋଚନା ଚକ୍ର ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼ ରୀନା ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି।
ସର୍ବ ପ୍ରଥମେ ପାରଳା ମହାରାଜା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତିଙ୍କ ଫୋଟ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ଆନୁଷ୍ଠାନିକ ଭାବେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟବକ୍ତା ଭାବେ ଉଦୀୟମାନ ଯୁବ ଐତିହାସିକ ତଥା ଶିଳାଲେଖବିଦ୍ ଇଂ ବିଷ୍ଣୁମୋହନ ଅଧିକାରୀ ଯୋଗ ଦେଇ ଓଡିଶାର ଗୌରବ , ଐତିହ୍ୟ ସଂପର୍କରେ ଆଲୋଚନା କରିବା ସହ ଗଜପତିର ବିଭିନ୍ନ ବରପୁତ୍ର ମାନଙ୍କ ଅବଦାନ ବିଷୟରେ ପ୍ରାଞ୍ଜଳ ଭାବେ ଆଲୋଚନା କରିଥିଲେ।
ଏହି କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ର ବରିଷ୍ଠ ନାଗରିକ ତଥା ପତ୍ରକାର ଭାଗବତ ପାଢ଼ୀଙ୍କ ସମେତ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଏବଂ କର୍ମଚାରୀ ମାନେ ଯୋଗ ଦେଇଥିଲେ। ଓଡିଆ ଭାଷା , ସାହିତ୍ୟର ଜନ୍ମ ଓ ଗୁରୁତ୍ବ ସହ ଡ଼.ରୀନା ସାହୁଙ୍କର ସୂରଚିତ ଓ ପ୍ରକାଶିତ ”ଅନନ୍ୟ ପାରଳା ଅନନ୍ୟ ବ୍ୟକ୍ତିତ୍ବ” ପୁସ୍ତକରେ ସ୍ଥାନିତ ବରପୁତ୍ରଙ୍କ ମଧ୍ୟରୁ ପ୍ରାୟ ୨୦ ଜଣଙ୍କ ସଂପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା।
ଏହି ସମସ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀ ପରିଚାଳନା କରିବା ସହ ସଭାଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post