ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ଆତ୍ତୁ୍ଙ୍ଗ ଗ୍ରାମ ପଞ୍ଚାୟତ ରେ ଥିବା ଆତ୍ତୁ୍ଙ୍ଗ ଗ୍ରାମ ର ଗ୍ରାମ ଦେବୀ ମା ବୁଢୀ ଜାଗୁଳାଇ ପୀଠରେ ଚତୁ଼ଦିବସୀୟ ବିଶ୍ବ ଶାନ୍ତି ମହାଯଜ୍ଞ ଅନୁଷ୍ଠିତ ହେଉଛି। ତା-୧୧.୦୪.୨୦୨୫ରିଖ ଠାରୁ ଆରମ୍ଭ ହୋଇଥିବା ଏହି ଜଜ୍ଞାନୁଷ୍ଠାନ ତା- ୧୪.୦୪.୨୦୨୫ରିଖ ରେ ପୂର୍ଣ୍ଣାହୁତି ଦିଆଯିବ । ଗତକାଲି କଳସ ଶୋଭା ଯାତ୍ରା ରେ ଶତାଧିକ ଶ୍ରଦ୍ଧାଳୁ ଭକ୍ତମାନେ ଉପସ୍ଥିତ ଥିଲେ। ଅନୁଷ୍ଠାନ ପକ୍ଷରୁ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଶାନ୍ତି ଶୃଙ୍ଖଳା ର ସହ କଳସ ଶୋଭା ଯାତ୍ରା ବେଶ ମନମୁଗ୍ଧକର ଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ଗ୍ରାମ ପରିକ୍ରମା କରିଥିଲେ। ଆଜି ଦ୍ୱିତୀୟ ଦିବସ ରେ ଜଗତ୍ ଜନନୀ କାତ୍ୟାୟନୀ ପରମବୈଷ୍ଣବୀ ମା ବୁଢୀ ଜାଗୁଳାଇ ପୀଠରେ ସମସ୍ତ ନୀତି ନିର୍ଦ୍ଧାରିତ ସମୟ ମଧ୍ୟରେ ଚାଲିଛି। ଧରିତ୍ରୀ ପୂଜା ଠାରୁ ଆରମ୍ଭ କରି ଗୋପୂଜା, ଗୁରୁ ପୂଜା, ସୂର୍ଯ୍ୟ ପୂଜା, ନାରାୟଣ ପୂଜା,ମାତୃପିତୃ ପୂଜା,ସର୍ବ ଦେବାଦେବୀ ସହ ଗୀତା ଯଜ୍ଞ ଓ ଚଣ୍ଡୀ ପାଠ ପ୍ରତ୍ୟୋହ ଚାଲୁରହିବ ବୋଲି ଅନୁଷ୍ଠାନ ର ମୂଖ୍ୟ ପୂଜକ ଶ୍ରୀ ବିଜୟକିଷାନ ସନ୍ଧିବିଗ୍ରହ ପ୍ରକାଶ କରିଛନ୍ତି। ପାଞ୍ଚ ଜଣ ପୃରୋହିତ ପୂଜା ପାଠ ରେ ନିୟୋଜିତ ଅଛନ୍ତି। ଅନୁଷ୍ଠାନ ର ମୂଖ୍ୟ ଶିବାଜୀ ଚରଣ ନାୟକ, ସୀତା କାନ୍ତ ରାଉତ, ରତିକାନ୍ତ ପାଣିଗ୍ରାହୀ, ସତ୍ୟବ୍ରତ ବେହେରା, ଉମାକାନ୍ତ ପ୍ରଧାନ,ଗୋତମ ସେଠୀ ,ଗୈରାଙ୍ଗ ରାଉତ,ଅଭି ରାଉତ, ସନାତନ ରାଉତ ,ନିଶାକର ରାଉତ, ସୁଧାକର ରାଉତ, କାଳନ୍ଦୀ ଜେନା ଉପସ୍ଥିତ ରହି ସମସ୍ତ କାର୍ଯ୍ୟ କୁ ଆଗେଇ ନେଉଛନ୍ତି। ଆସନ୍ତା ପଣା ସଂକ୍ରାନ୍ତି ଦିନ ପୂର୍ଣ୍ଣାହୁତି ପ୍ରଦାନ କରା।
Sign in
Sign in
Recover your password.
A password will be e-mailed to you.