ଖଲ୍ଲିକୋଟ ଏନ୍ ଏ ସି ରେ ସ୍ବୟଂ ସହାୟକ ଗୋଷ୍ଠୀର ଗଣ ଧାରଣା, ଅଧିକାରୀ ମାନଙ୍କ ମନମୁଖୀ ଶାସନରେ ଅତିଷ୍ଠ ହେଉଛନ୍ତି ହରିଜନ ।
(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା) ଖଲ୍ଲିକୋଟ:୮/୨୫ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ବିରୁଦ୍ଧରେ ଲଢେଇ କରୁଛନ୍ତି ୱାର୍ଡ ନମ୍ବର ୭ ର ମହିଳା ୱାର୍ଡ ମେମ୍ବର ଶ୍ରୀ ମତୀ ସନ୍ତୋଷୀ ଦାସ । କେବଳ ଏକା ନୁହନ୍ତି ,ଏହାଙ୍କ ସହ ସାମିଲ ହୋଇଛନ୍ତି ,୯ଟି ଗ୍ରୁପ୍ ର ମା ମାନେ ବୋଲି ଜଣାପଡିଛି। ବିଶେଷ ସୂତ୍ରରୁ ପ୍ରକାଶ ଯେ , ବଳିୟାର ସିଂ ଵନ୍ଧର ପୁନରୁଦ୍ଧାର କାର୍ଯ୍ୟ କରିଵା ପାଇଁ ୯ଟି ଦଳଙ୍କୁ କାର୍ଯ୍ୟାଦେଶ ଖଲ୍ଲିକୋଟ ବିଜ୍ଞାପିତ ଅଞ୍ଚଳ ପରିଷଦ ଦେଇଥିଲେ । ଗ୍ରୁପ୍ ମା ମାନେ ହେଲେ ବାବା ବାଲୁଙ୍କେଶ୍ୱର, ମା ଗ୍ରାମ ଦେବୀ, ମା ଶାରଳା ମା ସନ୍ତୋଷୀ, ମା ପାର୍ବତୀ,ବାବା ଅମରେଶ୍ଵର ଓମ୍ ସାଇ,ମା ସାତ ଭଉଣୀ, ବୁଢ଼ୀ ଠାକୁରାଣୀ ଏସବୁ ସ୍ବୟଂ ସହାୟକ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ।
ଉକ୍ତ ଗୋଷ୍ଠୀ ର ମହିଳା ଦଳ ମାନେ ଋଣ କରି ଵନ୍ଧ କାର୍ଯ୍ୟ ୭୫ ଭାଗ କରି ଥିବା ବେଳେ, ତାଙ୍କ ର ପାଉଣା ଏପର୍ଯ୍ୟନ୍ତ ମିଳି ନଥିଵା ପ୍ରକାଶ କରିଛନ୍ତି। ଏ ସଂପର୍କରେ ସେମାନେ ଵହୁଵାର ଏନ୍ ଏ ସି ଚେୟାର ମେନ୍, କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କୁ ଜଣାଇ ଥିଲେ ସୁଦ୍ଧା କେହି ହେଲେ କର୍ଣ୍ଣପାତ କରିନଥିବା ଜଣାପଡିଛି। ତା ପରିବର୍ତ୍ତେ ସେମାନଙ୍କୁ ତାତ୍ସଲ୍ୟ ଭାଷା ର ଶିକାର ହେବାକୁ ପଡ଼ିଥିଲା ବୋଲି ମିଡ଼ିଆ ସାମନାରେ କହିଛନ୍ତି। ସେମାନଙ୍କ ର ଖର୍ଚ୍ଚ କରାଯାଇ ଥିବା ପାଉଣା ଦାବିରେ ଗଣଧାରଣା ଦେଇଥିବା ସୁଚନା ମିଳିଛି। ଖବର ନେବାରୁ ଜଣାପଡିଛି ଯେ , ଉକ୍ତ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଗଞ୍ଜାମ ଜିଲ୍ଲା ପାଳ, ଛତ୍ରପୁର, ଏସ ପି , ଖଲ୍ଲିକୋଟ ଥାନା ଅଧିକାରୀ ତଥା ଅନ୍ୟାନ୍ୟ କତ୍ତୃପକ୍ଷ ଙ୍କୁ ଲିଖିତ ଜଣାଇଛନ୍ତି। ସେମାନେ ସରକାର ଙ୍କୁ ନିବେଦନ କରିଛନ୍ତି ଯେ, ସେମାନଙ୍କ ର ଦୁଃଖ ବୁଝି ତୁରନ୍ତ ନିଷ୍ପତ୍ତି ନେଲେ ,ସମାନେ ନିଜର ଧାରଣା ରୁ ଓହରିଵେ, ନତୁବା ସେମାନେ ନିଜର ନିଷ୍ପତ୍ତି ରେ ଅଟଳ ରହିବେ ବୋଲି ଜନଶ୍ରୁତି ରୁ ଜଣାଯାଏ।