ବାଣପୁର ବ୍ଲକ୍ ରେ ଉଲ୍ଲାସ ପରୀକ୍ଷା କାର୍ଯ୍ୟକ୍ରମ

4

ବାଣପୁର:(ସେକ୍ କୌସର):ବାଣପୁର ବ୍ଲକ ଗୋଷ୍ଠି ଶିକ୍ଷା ଅଧିକାରୀ ଶ୍ରୀ ସନାତନ ଜାଲି ଙ୍କ ଦ୍ଵାରା ଓ ଵିଆର ସି ସି ,୧୨ ଜଣ ସିଆରସିସି ଙ୍କ ଦ୍ଵାରା ଓ ଖୋର୍ଦ୍ଧା ଜିଲ୍ଲା ଶିକ୍ଷଧିକାରୀଙ୍କୁ ତଥା ଉଲ୍ଲାସ ନୋଡାଲ ଅଧିକାରୀ ଙ୍କ ତତ୍ତ୍ଵାବଧାନରେ ବାଣପୁର ବ୍ଳକ୍ ରେ ମୋଟ ୬୫୦୦ ଜଣ ଉଲ୍ଲାସ ଶିକ୍ଷାର୍ଥୀ ଆଜିର ପରୀକ୍ଷା ରେ ଯୋଗ ଦେଇଥିଲେ। ନବ ଭାରତ ସାକ୍ଷରତା ଅଭିଯାନ ରେ ସରକାରଙ୍କ ଏହି ପଦକ୍ଷେପ ସବୁ ମହଲରୁ ପ୍ରଶଂସା କରାଯାଇଛି।ଏଥିରେ ଜଣେ ନିରକ୍ଷର କିପରି ସାକ୍ଷର ହୋଇ ସମାଜର ମୁକ୍ଷ୍ୟ ସ୍ରୋତ ରେ ସାମିଲ ହେବ ସରକାର ଏହି ଅଭିଯାନ ସ୍ୱାଗତ ଯୋଗ୍ୟ ଅଟେ ।ଏହି ପରୀକ୍ଷା କାର୍ଯ୍ୟକ୍ରମ ରେ ଯୋଗ ଦେଇ ଥିବା ସମସ୍ତ ଶିକ୍ଷାର୍ଥୀ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି।ପରବର୍ତ୍ତୀ ସମୟରେ ସେମାନେ ସରକାର ଙ୍କ ଦ୍ଵାରା ମାଗଣାରେ SOIS ଆଡମିଶନ୍ କରି ପାଠ ପଢ଼ି ପାରିବେ।

Leave A Reply

Your email address will not be published.