ଜେ ଏ ସି ଯାଜପୁର କୁ ହରାଇ ୟୁନିକ ଇଲେଭେନ ଚମ୍ପିୟାନ।
ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌରପରିଷଦ ରେ ଥିବା ଅଟଳ ବିହାରୀ କଲେଜ ପଡ଼ିଆରେ ଉତ୍କଳିକା ସ୍ପୋର୍ଟିଂ ଆନୁକୁଲ୍ୟରେ ସମୀର ମେମୋରିଆଲ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ର ଉଦଯାପନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଏହି ଅନ୍ତିମ ତଥା ଶେଷ ଖେଳରେ ୟୁନିକ୍ ଇଲେଭେନ ଭଦ୍ରକ ଓ ଜେ ଏ ସି ଯାଜପୁର ମଧ୍ୟରେ କଡ଼ ଟକ୍କର ହୋଇଥିବା ବେଳେ ୟୁନିକ୍ ଇଲେଭେନ ଭଦ୍ରକ ଚମ୍ପିୟାନ ହୋଇଥିଲା। ଖେଳ ଟିକୁ ଅତିଥି ଭାବେ ନଟବର ମଲ୍ଲିକ ଓ ସତ୍ୟନାରାୟଣ ପଣ୍ଡା ଯୋଗ ଦେଇ ଉଦ୍ଘାଟନ କରିଥିବା ବେଳେ ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବରେ ରମାକାନ୍ତ ସେବା ଫାଉଣ୍ଡେସନ ଚେୟାର ମେନ୍ ରତିକାନ୍ତ ପ୍ରଧାନ (ପିଣ୍ଟୁ ବାବୁ )ସମ୍ମାନିତ ଅତିଥି ଭାବରେ ଶ୍ରୀଯୁକ୍ତ ନଟବର ମଲ୍ଲିକ,ଶଶିଭୂଷଣ ବାରିକ୍ ,ଶିକ୍ଷକ ବିପଦ ଭଞ୍ଜନ ପଣ୍ଡା,ବରିଷ୍ଠ ସଦସ୍ୟ ଜ୍ଞାନରଞ୍ଜନ ଦାସ ଯୋଗଦେଇଥିଲେ।କ୍ଲବ ସଦସ୍ୟ ଉଦୟ ଜେନା ଙ୍କ ସଂଯୋଜନାରେ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ହୋଇଥିବା ବେଳେ କ୍ଲବ ର ସମ୍ପାଦକ ରଞ୍ଜନ କୁମାର ମହାପାତ୍ର ସଂପାଦକୀୟ ବିବରଣୀ ପାଠ କରିଥିଲେ।ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ପ୍ରଧାନ ବିଜୟୀ ଦଳକୁ ଟ୍ରଫି ସହ ଆର୍ଥିକ ରାଶି ଏବଂ ରନରସଫ ଦଳକୁ ଟ୍ରଫି ସହ ଆର୍ଥିକ ରାଶି ପ୍ରଦାନ କରିଥିଲେ ।ଅନୁଷ୍ଟିତ ଖେଳରେ ମେନ୍ ଅଫ୍ ଦି ମ୍ୟାଚ୍ ଓ ମ୍ୟାନ ଅଫ୍ ଦି ସିରିଜ୍ ଭାବେ ସୌମ୍ୟରଞ୍ଜନ ବିଶ୍ଵାଳଙ୍କ ନାମ ଘୋଷଣା କରାଯାଇଥିଲା।ଖେଳର ଅମ୍ପାୟର ଭାବେ ଲଲାଟ କେଶରୀ ନନ୍ଦ ଓ କିଶନ ମୋନୋହର ପରିଚାଳନା କରିଥିଲେ।କ୍ଲବ ସମସ୍ତ ସଦସ୍ୟ ମାନେ ଉପସ୍ଥିତ ରହି ଖେଳଟିକୁ ସଫଳ କରାଇଥିଲେ।