ନୂଆପଡ଼ା ଜିଲ୍ଲା ରୁ କଲି ମ ମହମ୍ମଦ କ ରିପୋର୍ଟ (ଶାସକ ପ୍ରଶାସକ): ଓଡ଼ିଶା ସରକାରଙ୍କ ଶିଳ୍ପ ବିଭାଗ ନିର୍ଦ୍ଦେଶକ ତଥା ନୂଆପଡା ଜିଲ୍ଲା ପାଇଁ ନୋଡାଲ ଅଫିସର୍ ଭାବରେ ନିଯୁକ୍ତ ଡି ପ୍ରଶାନ୍ତ କୁମାର ରେଡ୍ଡୀ ଜିଲ୍ଲାର ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବା ପାଇଁ କାଲି ସନ୍ଧ୍ୟାରେ ପହଞ୍ଚି ଥିଲେ । ପ୍ରଥମେ ସେ ଖରୀଆର ରୋଡ ସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟ ଛାତ୍ରୀ ନିବାସକୁ ଯାଇ ସେମାନଙ୍କ ସୁବିଧା ଅସୁବିଧା ତଥା ଖାଦ୍ୟ କଥା ବୁଝିଥିଲେ ।ଆଜି ପୂର୍ବାହ୍ନ ରେ ଜିଲ୍ଲାପାଳ ମଧୁସୂଦନ ଦାଶ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ ଏବଂ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସହିତ
ସୁନାବେଡ଼ା ଅଭୟାରଣ୍ୟ ମଧ୍ୟରେ ଅବସ୍ଥିତ ସୁନାଦେଇ ମନ୍ଦିର ଦର୍ଶନ କରି ନବ ନିର୍ମିତ ମନ୍ଦିର ଏଵଂ ଧର୍ମଶାଳା ବୁଲି ଦେଖିଥିଲେ। ଏହାପରେ ଗାଁରେ ଗୋଟିଏ ସଭା କରି ଜନସାଧାରଣଙ୍କ ସହିତ ମିଶି ସେମାନଙ୍କ ଶିକ୍ଷା ସ୍ବାସ୍ଥ୍ୟ, ପାଣି, ରାସ୍ତା, ଖାଉଟି କଥା ପଚାରି ବୁଝିଥିଲେ।ପି ଏମ୍ ଜନ ମନ୍ ଯୋଜନାରେ ନିର୍ମିତ ଏଵଂ ନିର୍ମାଣାଧୀନ ଘର ଦେଖିଥିଲେ। ଏହାପରେ ଢେକୁଁନ୍ ପାନି ଗାଁର ସଫଳ ଜଳ ଯୋଗାଣ ପ୍ରକଳ୍ପ ଦେଖି ଖୁସି ବ୍ୟକ୍ତ କରିଥିଲେ । ଗାଁ ଲୋକେ ଏହାକୁ ଏକ ରେଭେନୁ ଭିଲେଜ୍ କରିବା ସହିତ ଏଠାକୁ ସରକାରୀ ବସ୍ ଚଳାଇବା ପାଇଁ ଦାବି କରିଥିଲେ ।ସାଲେପଦା ଗାଁର ପିଭି ଟିଜି ସ୍କୁଲ କୁ ଯାଇ ସେଠାକାର ଛାତ୍ର ଛାତ୍ରୀ ମାନଙ୍କ ସହିତ ଭାବ ବିନିମୟ କରିଥିଲେ। ସାଲେପଦା ଗାଁର ତଥା ନୂଆପଡା ଜିଲ୍ଲାର ଅଗ୍ରଣୀ ସଫଳ ସ୍ତ୍ର ବେରି Strwaberry ଚାଷୀ ଗାଓ ସିଂ ଙ୍କ ବଗିଚା ବୁଲି ଦେଖିଥିଲେ । ଏହିପରି ଅନ୍ୟ ଚାଷୀ ମାନଙ୍କୁ ଅନୁପ୍ରାଣୀତ କରିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ
ତରବୋଡ ସ୍ଥିତ MSME ପାର୍କ ପରିଦର୍ଶନ କରି ଅତିଶିଘ୍ର ଏହାର ରାସ୍ତା ବିଦ୍ୟୁତ୍ ଜଳ ଯୋଗାଣ ପ୍ରଭୃତି ଭିତ୍ତିଭୂମି କାମ ସମ୍ପୂର୍ଣ କରି ଉଦ୍ୟୋଗୀ ମାନଙ୍କୁ ଆମନ୍ତ୍ରଣ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ଅପରାହ୍ନରେ ଜିଲ୍ପାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଅନ୍ତୋଦୟ ଗୃହ ଯୋଜନା, ପାନୀୟ ଜଳ ଯୋଗାଣ, ହର୍ ଘର୍ ଜଲ୍ ଯୋଜନା, ସେତୁବନ୍ଧ ଯୋଜନା, ସୁଭଦ୍ରା ଓ ପୋଷଣ ଯୋଜନା, ଯୁବା ଉଦ୍ୟମୀ ଯୋଜନା, ପାଣୀ ପଞ୍ଚାୟତ ଭଳି ଜିଲ୍ଲାର ବିଭିନ୍ନ ମହତ୍ୱକାଙ୍କ୍ଷି ଯୋଜନାର ଅଗ୍ରଗତି ଏବଂ ଅସୁବିଧା ସମ୍ପର୍କରେ ବୁଝି ଅନେକ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇଥିଲେ । ଆଜିର ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜି ଆର୍ ରାଘବେନ୍ଦ୍ର, ବନଖଣ୍ଡ ଅଧିକାରୀ ଅଜିଜ ଖାନ, ମହାଦେବ ବଡ଼ାଇକ, ଅତିରିକ୍ତ ଜିଲ୍ଲାପାଳ ଭିମସେନ୍ ଶବର, ସୁବାଷ ଚନ୍ଦ୍ର ରଇତ, ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଏ ପି ଡି ଯୋଗେଶ୍ଵର ଭୋଇ, ସି ଡି ଏମ୍ ଓ ଡଃ ଧରଣୀଧର ଜେନା, ସମସ୍ତ ବିଡ଼ିଓ, ତହସିଲଦାର ଯୋଗ ଦେଇଥିଲେ। ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ, ଯନ୍ତ୍ରୀ, ଲାଇନ୍ ବିଭାଗ ଅଧିକାରୀ ନିଜ ନିଜ ବିଭାଗର ସଫଳତା ପାୱାର ପଏଣ୍ଟ ମାଧ୍ୟମରେ ପ୍ରଦର୍ଶନ କରିଥିଲେ । ଜିଲ୍ଲାପାଳ କହିଲେଯେ ନୂଆପଡା ଜିଲ୍ଲା ଏବେ ସ୍ବାସ୍ଥ୍ୟ ,ପରିମଳ, ମଣ୍ଡି ପରିଚାଳନା, ମନରେଗା ଇତ୍ୟାଦି କ୍ଷେତ୍ରରେ ଏବଂ ଆକାଂକ୍ଷି ଜିଲ୍ଲା ହିସାବରେ ଉନ୍ନତ ପ୍ରଦର୍ଶନ କରି ପୁରସ୍କୃତ ହୋଇଛି । ଏହି ସଫଳତାର ହାର ବଜାୟ ରଖିବା ପାଇଁ ଶ୍ରୀ ରେଡ୍ଡୀ ସମସ୍ତଙ୍କୁ ଆହ୍ବାନ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.