ସାରସକଣା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଉତ୍ତେଜନା

9

ଶିଶୁ କନ୍ୟା ମୃତ୍ୟୁ ଅଭିଯୋଗରେ ବ୍ୟାପକ ଭଙ୍ଗାରୁଜା ସହ ଔଷଧ ଓ ମେଡିକାଲ୍ ସାମଗ୍ରୀ ପୋଡ଼ିଲେ ଉତ୍ତ୍ୟକ୍ତ ଲୋକେ।


ମୟୁରଭଞ୍ଜ ରୁ ଦିପୁ ମହାପାତ୍ର ଙ୍କ ରିପୋର୍ଟ: ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଆଜି ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ସମଗ୍ର ହସ୍ପିଟାଲ ଏକ ପ୍ରକାର ରଣକ୍ଷେତ୍ରରେ ପରିଣତ ହୋଇଛି। ହସ୍ପିଟାଲରେ ଡାକ୍ତର ଅନୁପସ୍ଥିତ ଥିବା ଦେଖି କ୍ରୋଧିତ ସ୍ଥାନୀୟ ବାସିନ୍ଦା ଏବଂ ମୃତକଙ୍କ ସମ୍ପର୍କୀୟମାନେ ପରିସର ଭିତରକୁ ଧସେଇ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। କେବଳ ସେତିକି ନୁହେଁ, ଉତ୍ତ୍ୟକ୍ତ ଲୋକେ ଔଷଧ ଭଣ୍ଡାର ଓ ଚିକିତ୍ସା କକ୍ଷରୁ ମୂଲ୍ୟବାନ ଜୀବନରକ୍ଷାକାରୀ ଔଷଧ, ବ୍ୟାଣ୍ଡେଜ୍, ସାଲାଇନ୍ ସମେତ ବିଭିନ୍ନ ଅତ୍ୟାବଶ୍ୟକୀୟ ମେଡିକାଲ୍ ସାମଗ୍ରୀ ବାହାରକୁ ଟାଣି ଆଣି ନିଆଁ ଲଗାଇ ଭସ୍ମୀଭୂତ କରିଦେଇଛନ୍ତି। ଚିକିତ୍ସାଳୟ ପରିସରରେ ନିଆଁ ଓ ଧୂଆଁର କଳା ବାଦଲ ସହ ପରିସ୍ଥିତି ଅଣଆୟତ୍ତ ହୋଇପଡ଼ିଥିବା ବେଳେ, ଖବର ପାଇ ଝାରପୋଖରିଆ ଥାନା ପୋଲିସ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସ୍ଥିତିକୁ ଆୟତ୍ତ କରିବା ପାଇଁ ଛାଉଣୀ କରିଥିଲା ତେବେ ଏହି ଉତ୍ତେଜନାର ମୁଖ୍ୟ କାରଣ ହେଉଛି ଗତକାଲି ସାରସକଣା ବ୍ଲକ ଅନ୍ତର୍ଗତ ମୁଣ୍ଢାକଟା ଗ୍ରାମର ବେହେରା ସାହି ବାସିନ୍ଦା ରାଜା ବେହେରାଙ୍କ ପ୍ରାୟ ଦୁଇ ବର୍ଷର ଝିଅ ଚୁଲବୁଲ ଘରେ ଖେଳୁଥିବା ସମୟରେ ଟେବୁଲ ଫ୍ୟାନର ଅସୁରକ୍ଷିତ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଗୁରୁତର ହୋଇପଡ଼ିଥିଲା। ପରିବାର ଲୋକେ ତୁରନ୍ତ ଉଦ୍ଧାର କରି ଏହି ସାରସକଣା ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ହେଁ ସେଠାରେ କୌଣସି ଡାକ୍ତର ଉପସ୍ଥିତ ନଥିଲେ, ଯାହାଫଳରେ ଶିଶୁଟିକୁ ଶିର୍ଷା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ ,ଏବଂ ପରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜ ନେବାକୁ ପଡ଼ିଥିଲା ଏବଂ ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ବହୁ ବିଳମ୍ବ ରେ ଚିକିତ୍ସା ହୋଇଥିବାରୁ ମୃତ୍ୟୁ ହେଲା ବୋଲି ଅଭିଯୋଗ କରିଥିଲେ, ଉକ୍ତତ ଲୋକେ ତେବେ ଦୀର୍ଘ ବର୍ଷ ଧରି ସାରସକଣା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଅନୁପସ୍ଥିତ ରହୁଥିବା ନେଇ ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ଉଦାସୀନତା ଏବଂ ଠିକ୍ ସମୟରେ ପ୍ରାଥମିକ ଚିକିତ୍ସା ନମିଳିବାରୁ ଶିଶୁଟିର ପ୍ରାଣହାନି ଘଟିଥିବା ଦାବି କରି ଲୋକଙ୍କ ଆକ୍ରୋଶ ସୀମା ଟପିଯିବାରୁ ଆଜି ଏଭଳି ଅଭାବନୀୟ କାଣ୍ଡ ଘଟିଛି। ଉକ୍ତ ସାରସକଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ।

Leave A Reply

Your email address will not be published.