୭ ତମ କଳାହାଣ୍ଡି ଜିଲ୍ଲାପରିଷଦ ବୈଠକ ଅନୁଷ୍ଠିତ

2

ଭବାନୀପାଟଣା:ରୋହିତ କୁମାର ନାଏକ(ଶାସକ ପ୍ରଶାସକ)ତା. ୦୯.୦୪.୨୦୨୫ – କଳାହାଣ୍ଡି ଜିଲ୍ଲାପରିଷଦର ୭ ତମ ବୈଠକ ଆଜି କଳାହାଣ୍ଡି ଜିଲ୍ଲାପରିଷଦ ସଭାଗୃହଠାରେ ଜିଲ୍ଲାପରିଷଦ ଅଧ୍ୟକ୍ଷ ପୁଷ୍ପେଦ୍ର ସିଂଦେଓ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଶ୍ରୀ ସିଂଦେଓ ସମସ୍ତଙ୍କୁ ସ୍ବାଗତ ଜଣାଇ ଜିଲ୍ଲାର ଉନ୍ନତି ଓ ବିକାଶ ପାଇଁ ବୈଠକରେ ଆଲୋଚ୍ୟ ବିଷୟ ବସ୍ତୁ ସମ୍ପର୍କରେ ସମସ୍ତେ ସଂକ୍ରିୟ ଅଂଶ ଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ରଖିବା ପାଇଁ ସମସ୍ତ ସଦସ୍ୟ ମାନଙ୍କୁ ପରାମର୍ଶ ଦେଇଥିଲେ ।ଏହି ବୈଠକରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର, ବିଧାୟକ ଲାଞ୍ଜିଗଡ଼ ପ୍ରଦୀପ କୁମାର ଦିଶାରୀ, ବିଧାୟକ ନର୍ଲା ମନୋରମା ମହାନ୍ତି, ଜିଲ୍ଲାପାଳ କଳାହାଣ୍ଡି ପାୱାର ସଚିନ ପ୍ରକାଶ, ଜିଲ୍ଲାପରିଷଦ ଉପାଧ୍ୟକ୍ଷା ସୁଧୀରା ମେହେର, ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ, ସାଂସଦ କଳାହାଣ୍ଡିଙ୍କ ପ୍ରତିନିଧି ଜୟଶଙ୍କର ନାଏକ, ସଦର ବିଧାୟକ ଙ୍କ ପ୍ରତିନିଧି ଧନୁର୍ଦ୍ଧର ଗହୀର, ବିଧାୟକ ଧର୍ମଗଡ଼ ଙ୍କ ପ୍ରତିନିଧି ହିମାଂଶୁ ପଣ୍ଡା ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି ବୈଠକରେ ଜିଲ୍ଲାର ସମସ୍ତ ଜିଲ୍ଲାପରିଷଦ ସଭ୍ୟ, ସଭ୍ୟା, ପଂଚାୟତ ସମିତି ଅଧ୍ୟକ୍ଷ, ଅଧ୍ୟକ୍ଷା ଯୋଗଦେଇ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଓ ତାର ସମାଧାନ କିପରି କରାଯାଇପାରିବ ସେ ଉପରେ ଗୁରୁତ୍ୱ ଦେବା ପାଇଁ ଗୃହରେ ନିଜ ନିଜର ମତ ଉପସ୍ଥାପନା କରିଥିଲେ। ବିଶେଷ କରି ଖରାଦିନେ ଗ୍ରାମାଞ୍ଚଳ ମାନଙ୍କରେ ଯୁଦ୍ଧକାଳୀନ ଭିତ୍ତିରେ ଲୋକଙ୍କୁ ଆବଶ୍ୟକ ଅନୁଯାୟୀ ପାନୀୟଜଳ ର ସୁବିଧା ଯୋଗାଇଦେବାପାଇଁ ସମସ୍ତେ ଦୃଷ୍ଠି ଆକର୍ଷଣ କରିଥିଲେ । ଏହି ବୈଠକରେ ଶିକ୍ଷା ବିଭାଗ ଦ୍ଵାରା ବିଦ୍ୟାଳୟରେ ବହୁ ଦିନରୁ ଖାଲି ପଡିଥିବା ଆବଶ୍ୟକ ପଧାନ ଶିକ୍ଷକ, ଶିକ୍ଷକପଦବୀ ପୂରଣ, ପିଲାଙ୍କ ପାଇଁ ଆବଶ୍ୟକ ହଷ୍ଟେଲ ନିର୍ମାଣ, ସ୍ବାସ୍ଥ୍ୟ ସେବାର ଉନ୍ନତି ପାଇଁ CHC ରେ ଖାଲିପଡିଥିବା ଡାକ୍ତର, ସ୍ଵାସ୍ଥ୍ୟ କର୍ମଚାରୀ ପଦବୀ ପୂରଣ ଓ ଷ୍ଟାଫ କୁଆର୍ଟର ନିର୍ମାଣ, ଜିଲ୍ଲା ମୁଖ୍ୟ ଚିକିତ୍ସାଲୟରେ MRI ର ଶୁବିଧା, ଶବବାହକ ଗାଡିର ବ୍ୟବସ୍ଥା, ଆବଶ୍ୟକ ବିଦ୍ୟୁତ ଯୋଗାଣର ବ୍ୟବସ୍ଥା, ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇନଥିବା ଯୋଗ୍ୟ ବ୍ୟକ୍ତିଙ୍କୁ ଅନ୍ତର୍ଭୁକ୍ତ କରିବା । ଗୋପବନ୍ଧୁ ପେନସନ ଯୋଜନାରେ ବାଦ ପଡିଥିବା ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ସାମିଲ କରିବା , କୃଷି କ୍ଷେତ୍ରରେ ଉନ୍ନତ ମାନର ବିହନ,ସାର ଯୋଗାଇବା ସହିତ ବହୁତ ଦିନ ଧରି ଗୋଟିଏ ଷ୍ଟେସନ ରେ ରହିଥିବା VAW ଙ୍କୁ ଅନ୍ୟତ୍ର ବଦଳି କରାଯିବl, ରାସ୍ତା ନିର୍ମାଣ, ଅସମ୍ପୂର୍ଣ୍ଣ ସ୍କୁଲ ଘର, ଅଙ୍ଗନବାଡି କେନ୍ଦ୍ର ତୁରନ୍ତ ନିର୍ମାଣ, ଗାଆଁ ମାନଙ୍କରେ ମଦ କୋଠି ବନ୍ଦ କରିବା, ଅସମ୍ପୂର୍ଣ୍ଣ ମେଗାଜଳ ପ୍ରକଳ୍ପର ତୁରନ୍ତ ସମ୍ପୂର୍ଣ୍ଣ ନିର୍ମାଣ କରିବା, ମେଗାଜଳ ପ୍ରକଳ୍ପ କାମ ପାଇଁ ବିଭିନ୍ନ ଜାଗାରେ ଖୋଲାଯାଇଥିବା ରାସ୍ତାର ମରାମତି ଇତ୍ୟାଦି ସମ୍ପର୍କରେ ବୈଠକରେ ବିଶେଷ ଆଲୋଚନା କରାଯାଇଥିଲା ।ଜିଲ୍ଲା ସ୍ତରୀୟ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ନିଜନିଜ ବିଭାଗର ଉନ୍ନୟନ କାର୍ଯ୍ୟକ୍ରମ ର ଅଗ୍ରଗତି ସମ୍ପର୍କରେ ଗୃହରେ ଉପସ୍ଥାପନା କରିଥିଲେ । ଗୃହରେ ବିଭିନ୍ନ ସଦସ୍ୟ, ସଦସ୍ୟା ଙ୍କ ଉପସ୍ଥାପନା କରାଯାଇଥିବା ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଅଧିକ ଯତ୍ନବାନ ହୋଇ କାର୍ଯ୍ୟ କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଶେଷରେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଦୟାମୟ ପାଢୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ ।

Leave A Reply

Your email address will not be published.