ଶୈବପୀଠ ପୁଖାମୁଣ୍ଡା ଓ ସଂଗ୍ରାମୀ ପୀଠ ସମଲେପଦର ଗ୍ରସ୍ତରେ ଜ଼ିଲ୍ଲାପାଳ ଓ ବିଧାୟକ

2

ବିଜେପୁର :-ବରଗଡ ଜିଲ୍ଲା ବିଜେପୁର ଅନ୍ତର୍ଗତ ସମଲାଇପଦର୍ ସ୍ଥିତ ପାର୍ବତୀ ଗିରୀ ଙ୍କ ସହ ସଂପୃକ୍ତ ସ୍ଥାନ ଓ ବିଜେପୁର ଅନ୍ତର୍ଗତ ପୋଖମୁଣ୍ଡା ଶିବ ମନ୍ଦିର ର ଉନ୍ନତି କରଣ କାର୍ଯ୍ୟ ଆରମ୍ଭ ହେବ l

ଏନେଇ ବିଜେପୁର ବିଧାୟକ ସନତ କୁମାର ଗଡତିଆଙ୍କ ଅନୁରୋଧ ରକ୍ଷାକରି ଆଜି ଜିଲ୍ଲାପାଳ ଆଦିତ୍ୟ ଗୋଏଲ ଉଭୟ ସ୍ଥାନ ନିରୀକ୍ଷଣ ରେ ଆସିଥିଲେ l ପ୍ରଥମେ ଶ୍ରୀ ଗୋଏଲ ସମଲାଇପଦର ସ୍ଥିତ ଭାରତର ମୁକ୍ତି ସଂଗ୍ରାମର ସେନାନୀ ରାମଚନ୍ଦ୍ର ପୁରି, ପାର୍ବତୀ ଗିରି,କୁବେର ଗିରି,ଉଜଲ ପୁରି,ଦୁତିୟା ଗିରି,ମଙ୍ଗଲପ୍ରସାଦ ଗିରି, ସଂତୋଷ ସ୍ୱାଇଁ,ତୁଲସୀରାମ ଗିରି, ଦ୍ୱାଦଶୀ ରଣାଙ୍କ ସ୍ମାରକୀ ନିର୍ମାଣ, ପାର୍ବତୀ ଗିରିଙ୍କ ପାଠାଗାର ନିର୍ମାଣ ସକାଶେ ପାରିପାର୍ଶ୍ବିକ ସ୍ଥିତି ଅନୁଧ୍ୟାନ କରି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ। ଏହାପରେ ସେ ପୁଖାମୂଣ୍ଡା କୁ ଆସି ନିରୀକ୍ଷଣ କରିଥିଲେ ଓ ଆଗାମୀ ଦିନରେ ଉଭୟ ସ୍ଥାନ ର ଉନ୍ନତି କରଣ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ l ଏହା ସମ୍ଭବ ହୋଇଥିଲା ମାନ୍ୟବର ବିଧାୟକ ସନତ କୁମାର ଗଡତିଆଙ୍କ ପ୍ରଚେଷ୍ଟା ଯୋଗୁଁ lତେଣୁ ଜିଲ୍ଲା ପରିଷଦ ସଦସ୍ୟ ସୁଶାନ୍ତ ଗଡତିଆ ମାନ୍ୟବର ବିଧାୟକ ସନତ ଗଡତିଆଙ୍କୁ ଧନ୍ୟବାଦ ଦେଇଥିଲେ l ସେ କହିଥିଲେ ଯେ 24 ବର୍ଷରେ କୌଣସି ଜିଲ୍ଲାପାଳ ପୁଖାମୁଣ୍ଡା ନିରୀକ୍ଷଣ ରେ ଆସିନଥିଲେ କି କୌଣସି ଉନ୍ନତି କଥା ଚିନ୍ତା କରିନଥିଲେ lଏହି ଅବସର ରେ ତହସିଲଦାର କର୍ଣ୍ଣ ସୁନା, ବିଡ଼ିଓ ସରୋଜ ବିଶ୍ଵାଳ , AAE ପ୍ରିୟଙ୍କା ବେହେରା, ଜିଲ୍ଲାପରିଷଦ ସଦସ୍ୟ ସୁଶାନ୍ତ ଗଡତୀଆ ସରପଞ୍ଚ ଜୟସିଂହ ନାୟକ , JE ମମତା ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.