ଡାବୁଗାଁ -ଯଶବନ୍ତ ପରିଛା (ଶାସକ ପ୍ରଶାସକ )ତା ୦୯/୦୪/୨୫ କେନ୍ଦ୍ର ସରକାରଙ୍କ ଏ ଡି ଆଇ ପି ଯୋଜନା ମାଧ୍ୟମରେ ଆଜି ଡାବୁଗାଁ ବ୍ଲକ ରେ ଦିବ୍ୟାଙ୍ଗ ମାନଙ୍କୁ ସହାୟକ ଉପକରଣ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରି,ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ,ବିଜେପି ଜିଲ୍ଲା ସଭାପତି କୁଞ୍ଜ ବିହାରୀ ଦାଶ ,ଜିଲ୍ଲା ପରିଷଦ ସଭ୍ୟ ଗୁପ୍ତ ବିଶୋଇ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁଧାଂଶୁ ପାତ୍ର,ଜିଲ୍ଲା ମଙ୍ଗଳ ଅଧିକାରୀ ପାଲକା ରବୀନ୍ଦ୍ର ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ସରକାରଙ୍କ ଏହି ଯୋଜନା ମାଧ୍ୟମରେ ଦିବ୍ୟାଙ୍ଗ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରାଯିବା ସହ ଆତ୍ମନିର୍ଭରଶୀଳ ପାଇଁ ଉତ୍ସାହିତ କରିବା ଲକ୍ଷ୍ୟ ରହିଛି। ଏହି ଅବସରରେ ଡାବୁଗାଁ ବ୍ଲକ ର ଚିହ୍ନଟ ଦିବ୍ୟାଙ୍ଗ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ୧୫ ଟି ଟ୍ରାଇ ସାଇକେଲ,୨୨ ଟି ଶ୍ରବଣ ଯନ୍ତ୍ର,୨୦ ଟି ଆଶା ବାଡି,୪ ଟି ଇଲେକ୍ଟ୍ରୋନିକ ଟ୍ରାଇ ସାଇକେଲ,୫ ଟି ହ୍ବିଲ ଚେୟାର ଓ ୪ ଟି ସ୍ମାର୍ଟ ଫୋନ ଓ ୨ଟି ସିପି ଚେୟାର ବଣ୍ଟନ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମକୁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ ପରିଚାଳନା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଡାବୁଗାଁ ବିଡିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ଜିପିଇଓ ପଦ୍ମନାଭ ଭାଲ୍ଲା, ଡବ୍ଲୁଇଓ ଆଦିତ୍ୟ ନାରାୟଣ ରଥ, ବିଜେପି ଡାବୁଗାଁ ମଣ୍ଡଳ ସଭାପତି ମନୋଜ ପାତ୍ର, ସୋମନାଥ ପୂଜାରୀ, ବରିଷ୍ଠ ବିଜେପି ନେତା ଜେ ରାଜ ଶେଖର ରାଓ,ମନୋରମା ନାୟକ,ନରେଶ ସିଂ, ନୁରୁ ସିଂ,ରତନ କଲାର ସହ ଅନ୍ୟ ମାନେ ଉପସ୍ଥିତ ଥିଲେ।