ନାବାଳିକାଙ୍କୁ ଅସଦାଚରଣ ମାମଲାରେ ଜଣେ ଯୁବକ ଗିରଫ

2

ଓଡ଼ଗାଁ, ୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଏନ୍ଏସି ଅଞ୍ଚଳର ଜଣେ ନାବାଳକାଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଓଡ଼ଗାଁ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିବା ବେଳେ ମାଜିଷ୍ଟ୍ରେଟଙ୍କ ନିକଟରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଛି । ଗିରଫ ଯୁବକ ଜଣକ ହେଲେ ସ୍ଥାନୀୟ ସାକେରି ଗ୍ରାମର ମାନସ ପ୍ରଧାନ (୨୭) । ଗତ ୭ ତାରିଖ ଦିନ ଅଭିଯୁକ୍ତ ମାନସର ଡାକରାରେ ଜଣକ ଓଡ଼ଗାଁ ସିନେମା ହଲଛକକୁ ଯାଇଥିଲେ । ସେଠାରେ ଉଭୟ ଦେଖା ସାକ୍ଷାତ ହୋଇଥିଲା । ସେ ଦୁହେଁ ସେଠାରୁ ବାହାରି ଯିବା ପରେ ରାତିରେ ଉଭୟଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ସ୍ଥାପନ ହେଇଥିଲା । ଅଭିଯୋଗ ଅନୁସାରେ ଏକ ଅଜଣା ଯାଗାରେ ପିଡିତାକୁ ଛାଡ଼ି ଅଭିଯୁକ୍ତ ଯୁବକ କେଉଁଆଡେ ଚାଲିଯାଇଥିଲା । ପିଡିତା ନାବାଳିକା କୈାଣସି ମତେ ଘରେ ପହଞ୍ଚିବା ପରେ ତାଙ୍କର ମା’ ଏନେଇ ୮ ତାରିଖରେ ଓଡ଼ଗାଁ ଥାନାରେ ଅଭିଯୋଗ କରିଥିଲେ । ଓଡ଼ଗାଁ ପୋଲିସ ୯୫/୨୦୨୫ ରେ ଶିଶୁ ଯୈାନ ନିରୋଧ ଆଇନ ଅନୁସାରେ ମାମଲା ରୁଜୁ କରି ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଥିଲେ । ଗୁରୁବାର ଦିନ ତାକୁ କୋର୍ଟ ଚାଲାଣ କରାଯିବ ।

Leave A Reply

Your email address will not be published.