ଜବାହାର ଉଚ୍ଚବିଦ୍ୟାଳୟ ନନ୍ଦିଘୋର, ରାତି ଜଗୁଆଳିକୁ ମରଣାନ୍ତକ ଆକ୍ରମଣ କରି ୨ ଗିରଫ

2

ଓଡ଼ଗାଁ, ୯।୪(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ନନ୍ଦିଘୋର ସରକାରୀ ଉଚ୍ଚ ବିଦ୍ୟାଳୟର ରାତ୍ରିଜଗୁଆଳକୁ ମରଣାନ୍ତକ ଆକ୍ରମଣ ଅଭିଯୋଗରେ ଓଡ଼ଗାଁ ପୋଲିସ ୩ ଜଣଙ୍କୁ ଗିରଫ କରି ମକଦ୍ଦମା ରୁଜୁ କରିବା ପରେ ୨ ଜଣକୁ କୋର୍ଟ ଚାଲାଣ କରିଛନ୍ତି । ତାଙ୍କର ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଗିରଫ ମାନେ ହେଲେ ନନ୍ଦିଘୋର ବାଘେରା ସାହିର ସନ୍ତୋଷ କୁମାର ଦୋରା(୩୭), ପେଟାପଲ୍ଲୀ ଛକର ଆନନ୍ଦ ଚନ୍ଦ୍ର ଦୋରା(୨୨), ଏବଂ ଯୁଦ୍ଧିଷ୍ଠିର ଦୋରା(୫୮) । ମଙ୍ଗଳବାର ରାତି ପ୍ରାୟ ୧୧ ବେଳେ ସନ୍ତୋଷ ଦୋରାଙ୍କର ଭାଇ ବୁଲୁ ଦୋରା ବିଦ୍ୟାଳୟର ରାତ୍ରି ଜଗୁଆଳ ସାଥିରେ ଥିବା ନେଇ ପଚାରିବାକୁ ଯାଇଥିଲେ । ରାତ୍ରି ଜଗୁଆଳ ରବିନ୍ଦ୍ର ମୁଦୁଲି ବୁଲୁ ଏଠାରେ ନାହିଁ କହିବା ପରେ ସେଠାରୁ ସେମାନେ ଚାଲି ଯାଇଥିଲେ । ତେବେ ପୁଣି ୧୫ ମିନିଟ୍ ଛାଡ଼ି ଆଉଥରେ ଆସି ପଚାରି ଥିଲେ । ହେଲେ ପୁନଃର ର୍ବାର କିଛି ସମୟ ଛାଡ଼ି ସେଠାକୁ ଯାଇ ବୁଲୁ ଏଠାରେ ଅଛି । ନଚେତ୍ କେଉଁଆଡେ ଯାଇଛି କହ ବୋଲି କହି ଜଗୁଆଳି ସହ ପାଟିତୁଣ୍ଡ ହେବା ସହ ଏକ କ୍ରିକେଟ ଷ୍ଟମ୍ପରେ ମରଣାନ୍ତକ ଭାବେ ଆକ୍ରମଣ କରି ଚାଲିଯାଇଥିଲେ । ଓଡ଼ଗାଁ ଥାନା ସବ୍ ଇନ୍ସପେକ୍ଟର ଚକ୍ରଧର ସିଂ ଘଟଣାସ୍ଥଳକୁ ଯାଇ ଆହତ ଜଗୁଆଳିର ଚିରା ସାର୍ଟ ସହିତ କ୍ରିକେଟ ଷ୍ଟମ୍ପ ଓ ଏକ ଠେଙ୍ଗା ଜବତ କରିଥିଲେ । ଏବଂ ୩ ଅଭିଯୁକ୍ତ ଗିରଫ କରି ଥାନାକୁ ଆଣିଥିଲେ ।

Leave A Reply

Your email address will not be published.