ଓଡ଼ଗାଁ, ୯।୪(ଶ୍ରୀକାନ୍ତ କୁମାର ମିଶ୍ର): ଓଡ଼ଗାଁ ଶ୍ରୀରଘୁନାଥ ଜୀଉଙ୍କ ପୀଠରେ ଶ୍ରୀ ରାମନବମୀ ଯାତ୍ରା ନବଦିନ ସନ୍ଧ୍ୟା ବେଶର ଚତୁର୍ଥ ସନ୍ଧ୍ୟାରେ କୈବର୍ତ୍ତ ଦ୍ଵାରା ପ୍ରଭୁ ଶ୍ରୀରାମଙ୍କ ପଦ ପ୍ରକ୍ଷ୍ୟାଳନ ଏବଂ ଗଙ୍କପାର ବେଶର ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟସ୍ପର୍ଶୀ । ମର୍ଯ୍ୟାଦା ପୁରୁଷୋତ୍ତୋମ ପ୍ରଭୁ ଶ୍ରୀରାମ କେବଳ ଦୁଷ୍ଟ ମାନଙ୍କୁ ଦମନ କରିବା ପାଇଁ ନୁହେଁ, ବରଂ ଯୁଗ ଯୁଗ ଧରି ପ୍ରଭୁଙ୍କ ସାନିଧ୍ୟ ଲାଭ ପାଇଁ ଅପେକ୍ଷାରତ ଭକ୍ତମାନଙ୍କ ଇଚ୍ଛା ପୂର୍ଣ୍ଣକରିବା ଲାଗି ଧରାବତାରଣ କରିଥାନ୍ତି । ସତ୍ୟଯୁଗରେ ବ୍ୟାଧି ଗ୍ରସ୍ତ ଶବରର ଅନାବିଳ ପ୍ରେମ ଭକ୍ତିରେ ପ୍ରଭୁଙ୍କ ଦର୍ଶନ ଲାଭ କରିବା ପାଇଁ ଆକୁଳ ନିବେଦନ ରଖିଥିଲା । ଭକ୍ତର ମନବାଞ୍ଛା ପୁରାଣ ପାଇଁ ଭଗଵାନ ଭକ୍ତ ନିକଟରେ ପହଞ୍ଚିଥିଲେ । ଏବଂ ମୋକ୍ଷ୍ୟ ପ୍ରାପ୍ତି ପାଇଁ ବର ପ୍ରଦାନ କରିଥିଲେ । କିନ୍ତୁ ବାରମ୍ବାର ଭଗବାନଙ୍କ ଦର୍ଶନ ଲାଭ ନିମନ୍ତେ ପୁନର୍ଜନ୍ମର ଆବଶ୍ୟକତା ରହିଛି ବୋଲି ଭଗଵାନଙ୍କ ନିକଟରେ ଶବର ପ୍ରାର୍ଥନା ରଖିଥିଲେ । ତ୍ରେତୟା ଯୁଗରେ ପୁନଃ ଭାଗଵଙ୍କୁ ଦର୍ଶନ କରିବା ପାଇଁ ଶବର କୈବର୍ତ୍ତ ରୂପରେ ଗଙ୍ଗଘାଟରେ ଡଙ୍ଗା ଧରି ସୁଦିନ କୁ ଜଗି ରହିଥିଲେ । ଭକ୍ତ ବତ୍ସଳ ଭଗବାନ ସେ, ମନର କଥା ବୁଝିପାରନ୍ତି । ପ୍ରକାରାନ୍ତରେ ଭକ୍ତ ମଧ୍ୟ ଭାଗବାନଙ୍କୁ ବୁଝିଥାଏ । ତାଡକା ରାକ୍ଷସୀକୁ ବଦ୍ଧ କରି ପ୍ରଭୁ ରାମଚନ୍ଦ୍ର ଅନୁଜ ଲକ୍ଷ୍ମଣଙ୍କ ସହିତ ବିଶ୍ଵାମିତ୍ର ମୁନୀଙ୍କ ମାର୍ଗ ଦର୍ଶନରେ ମିଥିଳା ଅଭିମୁଖେ ଯାଉଥିବା ବେଳେ ବାଟରେ ପଥର ଶିଳାଟିଏ ଶ୍ରୀରାମଙ୍କ ପାଦ ସ୍ପର୍ଶରେ ସୁନ୍ଦର ନାରୀରେ ପରିଣତ ହେଲା। ମିଥିଳାର ରାଜା ଜନକଙ୍କର କନ୍ୟା ମୈଥିଳୀଙ୍କ ସ୍ଵୟମ୍ବର ସଭାକୁ ରାମ ଲକ୍ଷ୍ମଣଙ୍କୁ ନେଇ ଯାଉଥିବା ୠଷି ବିଶ୍ଵାମିତ୍ର ଏହି ଚମତ୍କାର ଘଟଣା ସମ୍ପର୍କରେ ଗଙ୍ଗାଘାଟରେ କୈବର୍ତ୍ତକୁ ସୂଚନା ପ୍ରଦାନ କରିଥିଲେ । ଘଟଣାକୁ ଶୁଣିବା ପରେ ବିଜ୍ଞାନୀ କୈବର୍ତ୍ତ ତାଙ୍କ ଅପେକ୍ଷାର ଅନ୍ତ ସମୟକୁ ବୁଝି ନିଜକୁ ପ୍ରସ୍ତୁତ କରିନେଇଥିଲେ । ଘାଟରେ ପ୍ରଭୁ ପହଞ୍ଚିବା ପରେ ଅପେକ୍ଷାରତ ଭକ୍ତ ଏବଂ ଭଗବାନଙ୍କ ମିଳନର ଅଲୌକିକ ଦୃଶ୍ୟକୁ ଦେଖିବା ପାଇଁ ଆକାଶର ଦେବତା ମାନେ ମଧ୍ୟ ଅପେକ୍ଷା କରି ରହିଥିଲେ । ପ୍ରଭୁଙ୍କ ଆଗମନରେ ଆତ୍ମବିଭୋର କୈବର୍ତ୍ତ ଇଷ୍ଟଙ୍କ ପାଦ ପ୍ରକ୍ଷ୍ୟାଳନ ପାଇଁ ଅନୁରୋଧ ରଖିଥିଲେ । ଭକ୍ତର ପରୀକ୍ଷା ନେବା ପାଇଁ ପ୍ରଭୁ ଶ୍ରୀରାମ ବିଭିନ୍ନ ଆଳ ଦେଖାଇ ପାଦ ଧୌତକୁ ଜାଣିଶୁଣି ଏଡ଼ାଇ ଯାଉଥିଲେ । ମାତ୍ର ଚତୁର କୈବର୍ତ୍ତ ପଦଧୁଳି ପଡ଼ି ନୌକା ଟି ନାଇକା ହେଲେ ପରିବାର ପ୍ରତିପୋଷଣ ଦୁର୍ବିସହ ହୋଇପଡିବାର ଦ୍ୱାହି ଦେଇ ଭଗବାନଙ୍କୁ ବିବଶ କରିଦେଇଥିଲେ । ଭକ୍ତ ନିକଟରେ ସର୍ବଦା ହାର ମାନି ଖୁସି ଅନୁଭବ କରୁଥିବା ଭଗବାନ ଶେଷରେ ପ୍ରକ୍ଷ୍ୟାଳନ ପାଇଁ ପାଦ ବଢାଇ ଦେଇଥିଲେ । ପ୍ରଭୁଙ୍କ ପାଦକୁ ହାତରେ ଧରି ପ୍ରକ୍ଷ୍ୟାଳନ ପାଇଁ ବ୍ରହ୍ମା ଶିବ ଆଦି ଦେବଗଣ ଯେଉଁଠି ହାର ମାନିଥାନ୍ତି, ତାହା ଆଜି ସାମାନ୍ୟ କୈବର୍ତ୍ତ ହୋଇମଧ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି । ସାମ୍ପ୍ରତିକ ସମୟରେ ମାନବ ସମାଜ ରାମାୟଣର କଥାବସ୍ତୁ ଆଧାରରେ ନିଷ୍କାମ ଭକ୍ତି ପ୍ରେମ ବିଶ୍ୱାସ ବଳରେ ନିଃସ୍ଵାର୍ଥପର ତାର ସହିତ ନିଜକୁ ସମର୍ପି ଦେଲେ ସବୁଠି ରାମରାଜ୍ୟର ଅନୁଭବ ହେଇପାରିବ।
Sign in
Sign in
Recover your password.
A password will be e-mailed to you.